ଭିଟିଏସକୁ ନେଇ ଚିନ୍ତାରେ ଭ୍ୟାନ୍ ମାଲିକ, ସବୁ ଅଂଚଳରେ ନାହିଁ ଇଣ୍ଟରନେଟ୍

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସଫଳ କରିବା ପାଇଁ  ଜିଲ୍ଲା ଯୋଗାଣ ବିଭାଗ ପୂରା ଦମ୍ ଲଗାଇଛି।

4193f080-7976-4ff7-9e61-59d03110daa9

VTS Photograph: (sambad.in)

ନବରଙ୍ଗପୁର: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଧାନମଣ୍ଡିରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସଫଳ କରିବା ପାଇଁ  ଜିଲ୍ଲା ଯୋଗାଣ ବିଭାଗ ପୂରା ଦମ୍ ଲଗାଇଛି। ମଣ୍ଡିରୁ ମିଲ୍କୁ ପରିବହନ ପାଇଁ ଭିଟିଏସ୍ ( ଭେଇକେଲ ଟ୍ରାକିଂ ସିଷ୍ଟମ୍ ) ଲାଗୁ କରିଛି। ଟ୍ରକ୍, ଟ୍ରାକ୍ଟର ଓ ଭ୍ୟାନ୍ ଚାଳକଙ୍କ ମୋବାଇଲରେ ଭିଟିଏସ୍ ଆପ୍ ଡାଉନ୍‌ଲୋଡ କରାଯିବ। ଧାନ ଭର୍ତ୍ତିକରି ମଣ୍ଡି ଛାଡ଼ିବା ପୂର୍ବରୁ ଗାଡ଼ି ନମ୍ବର ସହ ଚାଳକଙ୍କ ସେଲ୍‌ଫି ନିଆଯାଇ ଆପ୍‌ରେ ଅପ୍‌ଲୋଡ କରାଯିବ।

ମିଲ୍‌କୁ ପହଞ୍ଚିବା ପରେ ପୁଣି ଫଟୋ ଉଠାଇ ଭିଟିଏସ୍‌ରେ ଅପ୍‌ଲୋଡ କରିବାକୁ ବାଧ୍ୟତାମୂଳକ କରାଯାଇ ଯାଇଛି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ମଣ୍ଡିରୁ ହିଁ ଧାନ ଉଠିବ। ଆଉ ଚାଷୀମାନେ ଆଗଭଳି ସିଧାସଳଖ ସଳଖ ମିଲ୍‌କୁ ନିଜ ଗାଡ଼ିରେ ଧାନ ନେଇପାରିବେ ନାହିଁ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଅଧିକାଂଶ ମିଲର ସହ ଭ୍ୟାନ୍ ମାଲିକ ବି ଚିନ୍ତାରେ ପଡ଼ିଯାଇଛନ୍ତି।

ଭିଟିଏସ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ମଣ୍ଡିରୁ ପରିବହନ ହେଉଥିବା ଗାଡିଗୁଡିକୁ ଟ୍ରାକିଂ କରିବାରେ ସୁବିଧା ହେବା ସହିତ କିଣାବିକାରେ ସ୍ବଚ୍ଛତା ଅଣା ଯାଇପାରିବ। ତେବେ ଜିଲ୍ଲାରେ ଅଧିକାଂଶ ଅଂଚଳରେ ଇଣ୍ଟରନେଟ୍ ସେବା ଠିକ ଭାବେ ଉପଲବ୍ଧ ରହୁନି। ବହୁ ସମୟରେ ଜିଲ୍ଲା ସଦରମହକୁମାରେ ବିଏସଏନଏଲଓ ଅନ୍ୟ ଘରୋଇ ନେଟ୍ ବି ଠିକରେ ରହୁନି। ଏହି ସ୍ଥିତିରେ ଚାଷୀମାନଙ୍କ ଧାନ ନେଇ ବିଭିନ୍ନ ଗାଡ଼ିରେ ଚାଳକମାନେ ଭିଟିଏସ୍ ଆପରେ ଅପଲୋଡ କରିକି ଧାନ ନେଇକି ଯିବେ। ସେହିପରି ବହୁ ଗାଡ଼ି ଚାଳକଙ୍କ ନିକଟରେ ସ୍ମାର୍ଟ ଫୋନ ଉପଲଦ୍ଧ ନଥିବା ବେଳେ ସେହି ସ୍ଥାନରେ ସେମାନେ କଣ କରିବେ।

ଅପରପକ୍ଷରେ ୭ଟି ମଣ୍ଡିରେ ୯୬୩ଜଣ ଚାଷୀଙ୍କ ମଧ୍ୟରୁ ୫୫୧ଜଣ ଚାଷୀଙ୍କ ଠାରୁ ୪୨ହଜାର୮୨୦କୁଇଣ୍ଟାଲ ଧାନ କିଣା ସରିଛି। ଅପରପକ୍ଷରେ ଜିଲ୍ଲାପାଳ ନିଜେ ବିଭିନ୍ନ ମଣ୍ଡି ବୁଲି ଧାନର ଆଦ୍ରତା ଓ ଭିଟିଏସ୍ ଆଦି ସଠିକ ଭାବେ କାର୍ଯ୍ୟନ୍ବୟନ ହେଉଛି ନା ନାହିଁ ଯାଂଚ କରୁଥିବା ଦେଖିବାକୁ ମିଳିଛି। ଯଦି ବା କାଁ ଭାଁ କଟନିଛଟନି ରହିଥିଲେ ହେଁ ସେଭଳି ବଡ଼ ବିବାଦ କୌଣସି ମଣ୍ଡିରୁ ଏଯାଏଁ ଦେଖିବାକୁ ମିଳିନି। ସ୍ବାଭାବିକ ଭାବେ ମଣ୍ଡି ଚାଳିଥିବା ବେଳେ ଭିଟିଏସ୍ କୁ ନେଇ ହିଁ ଚାଷୀ ଓ ଭ୍ୟାନ ମାଲିକ ଚିନ୍ତାରେ ପଡ଼ିଛନ୍ତି। 

Farmers | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe