କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ଜିଲ୍ଲା କାରାଗାରର ୱାର୍ଡର ବିଜୟ ପରିଡ଼ାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।
ଗତ ଶୁକ୍ରବାର ସକାଳ ୬ଟାରୁ ୧୨ଟା ଯାଏ ଡ୍ୟୁଟି କରି ବିଜୟ ଜେଲ୍ ନିକଟରେ ଥିବା ବାରାକକୁ ଫେରିଥିଲେ। ଏହାର କିଛି ଘଣ୍ଟା ପରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ ସହକର୍ମୀ। ଡ୍ୟୁଟି ସାରି ବାରାକକୁ ଫେରିଥିଲେ ବିଜୟ, ସଂଧ୍ୟାରେ ଦୁଇ ସହକର୍ମୀ ବାରାକକୁ ଫେରିଥିବା ବେଳେ ଝୁଲନ୍ତା ଅବସ୍ଥାରେ ବିଜୟଙ୍କ ମୃତଦେହ ଠାବ କରିଥିଲେ।
କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ଜିଲ୍ଲା କାରାଗାରର ୱାର୍ଡର ବିଜୟ ପରିଡ଼ାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯିବା ପରେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ତାଙ୍କର ବିବାହ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା। କିଛି ମାସ ତଲେ ପୂର୍ବତନ ପ୍ରେମିକା ବି ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ତେଣୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାକୁ ନେଇ ସନ୍ଦେହ ବଢୁଛି।
ଖବର ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି କେମିତି ଓ କେଉଁ ପରିସ୍ଥିତିରେ ବିଜୟଙ୍କ ମୃତ୍ୟୁ ହେଲା ତାର ତଦନ୍ତ କରୁଛି। ବିଜୟଙ୍କ ଘର କଟକ ଜିଲ୍ଲା ଗୁରୁଡିଝାଟିଆରେ ହୋଇଥିବା ବେଳେ ସେ ୨୦୨୩ରେ ଚାକିରି ଜୀବନ ଆରମ୍ଭ କରିଥିଲେ ସେ ବିବାହିତ ଏବଂ ତାଙ୍କର ୩ ବର୍ଷର ଗୋଟିଏ ଝିଅ ଥିବା ଜଣାଯାଇଛି।
ତାଙ୍କର ବିବାହ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା। କିଛି ମାସ ତଲେ ପୂର୍ବତନ ପ୍ରେମିକା ବି ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ତେଣୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାକୁ ନେଇ ସନ୍ଦେହ ବଢୁଛି।
Follow Us