ନବରଙ୍ଗପୁର: ବାତ୍ୟା ‘ମନ୍ଥା’ର ପ୍ରଭାବରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ପ୍ରକାଶ ପାଇଛି। ଯେକୌଣସି ମୁହୂର୍ତ୍ତରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ନିଷ୍କାସନ କରାଯିବା ନେଇ ସତର୍କ ସୂଚନା ଜାରି କଲେ ଡ୍ୟାମ୍ କତ୍ତୃପକ୍ଷ । ଇନ୍ଦ୍ରାବତୀ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ମିଟର ରହିଛି।

Advertisment

ବାତ୍ୟା ‘ମନ୍ଥା’ର ପ୍ରଭାବରେ ବର୍ଷା

ବାତ୍ୟା ‘ମନ୍ଥା’ର ପ୍ରଭାବରେ ଆଜି ଗଜପତି, କୋରାପୁଟ ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି।ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଆଜି ସକାଳୁ ଅନ୍ଧକାର ମେଘୁଆ ଆକାଶ ,ହାଲକା ଶୀତଳ ପବନ ସାଙ୍ଗକୁ ଆରମ୍ଭ ହୋଇଛି ଝିପିଝିପି ବର୍ଷା। ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥିବା ବେଳେ ରାତିରେ ମଧ୍ୟ ସାମାନ୍ୟ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ହୋଇଥିଲା। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ବର୍ଷା ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛି ପ୍ରଶାସନ। ଆଜି ଠାରୁ ତିନି ଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆଗକୁ ପାଗରେ ଅଧିକ ପରିବର୍ତ୍ତନ ହେବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜିଲ୍ଲାର ସମସ୍ତ ଅଞ୍ଚଳରେ ବିକ୍ଷିପ୍ତ ଭାବରେ ଝିପିଝିପି ବର୍ଷା ଜାରି ରହିଛି। ତେଣୁ ପାଗକୁ ଦେଖି ପାହାଡିଆ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି।

ଆହୁରି ପଢ଼ନ୍ତୁ:Sand Loaded Trucks Seized: ସୋରରେ ତିନୋଟି ବାଲି ବୋଝେଇ ଗାଡ଼ି ଜବତ

ଆହୁରି ପଢ଼ନ୍ତୁ:Loot At Bonai: ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟିନେଲେ ପାଞ୍ଚ ମୁଖା ପିନ୍ଧା ଯୁବକ

 Indrabati river