ହ୍ରାସ ପାଉଛି ବୁଢ଼ାବଳଙ୍ଗ ଜଳସ୍ତର, କମୁଛି ବନ୍ୟା ଭୟ

ପ୍ରବଳ ବର୍ଷା ଯୋଗୁଁ ଶନିବାର ପାଟଳୀପୁରା ଠାରେ ବୁଢାବଳଙ୍ଗ ନଦୀକୂଳ ଲଙ୍ଘନ କରିଥିବା ବେଳେ ରବିବାର ଭୋର ସକାଳରୁ ଜଳସ୍ତର କମିବା ଆରମ୍ଭ ହେବାପରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛିl ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭୟ କମିବାରେ ଲାଗିଛି।

-ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କଲେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ 

ବୈଶିଙ୍ଗା: ସାମୁଦ୍ରିକ ଝଡ ‘ଦାନା’ ପ୍ରଭାବରେ ଉପରମୁଣ୍ଡା ସମେତ ଶିମିଳିପାଳର ଆଭ୍ୟନ୍ତରୀଣ ଇଲାକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଶନିବାର ପାଟଳୀପୁରା ଠାରେ ବୁଢାବଳଙ୍ଗ ନଦୀକୂଳ ଲଙ୍ଘନ କରିଥିବା ବେଳେ ରବିବାର ଭୋର ସକାଳରୁ ଜଳସ୍ତର କମିବା ଆରମ୍ଭ ହେବାପରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛିl ତେବେ ଶନିବାର ବୁଢାବଳଙ୍ଗ କୂଳ ଲଙ୍ଘିବା ପରେ ତଳିଆ ଅଞ୍ଚଳ ସମେତ ଏକର ଏକର ଚାଷଜମି ଜଳମଗ୍ନ ହୋଇ ରହିଥିଲାl ବେଲାଣପୁରା, ପ୍ରତିମାଦେଇପୁର ଇଲାକାରେ ଥିବା ଇଟାଭାଟି ବୁଡିଯାଇଥିବା ବେଳେ ସେଠାକାର ଶ୍ରମିକମାନେ ରାସ୍ତାଉପରେ ପାଲ ଟାଣି ପରିବାର ପିଲାଛୁଆଙ୍କୁ ନେଇ ରାତ୍ରୀଯାପନ କରିଥିଲେ।

publive-image

ସେହିଭଳି ଗଣ୍ଡବାଙ୍କସାହିରେ ବନ୍ୟାଜଳ ପଶି ୨୫ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଗ୍ରାମର ପ୍ରାଥମିକସ୍କୁଲ ବୁଡିଯାଇଥିଲା। ହେଲେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଉପରମୁଣ୍ଡା ସହିତ ସ୍ଥାନୀୟ ଅଞ୍ଚଳରେ ସେମିତି ବର୍ଷା ହୋଇନଥିବାରୁ ରବିବାର ସ୍ଥିତିରେ ସୁଧାର ଆସିବା ସହିତ ବନ୍ୟାପାଣି ଛାଡିଛାଡ଼ି ଯାଉଛି।

ତେବେ ମିଳିଥିବା ସୂଚନା ମୁତାବକ ଖବର ଲେଖାଯିବା ସୁଦ୍ଧା ବୁଢାବଳଙ୍ଗ ନଦୀର ଜଳସ୍ତର ନାଖାରା ଠାରେ ପୋଲଠାରୁ ୬ଫୁଟ ତଳେ ପ୍ରବାହିତ ହୋଉଛି। ଅନ୍ୟପଟେ ରବିବାର ସକାଳ ୮ଟା ବେଳକୁ ଜିଲ୍ଲାପାଳ ହେମକାନ୍ତ ସାଏ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଅନ୍ୟ ଅଧିକାରୀମାନଙ୍କ ସହିତ ବନ୍ୟା ପ୍ଲାବିତ ଅଞ୍ଚଳ ଗୁଡିକ ବୁଲିବା ସହିତ କ୍ଷୟକ୍ଷତିର ଆକଳନ କରିଥିଲେ।

ତେବେ ସ୍ଥିତି ସ୍ବଭାବିକ ହେବାପରେ ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକୁ ବ୍ଳକ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଓଡ୍ରାଫ ଟିମକୁ ପ୍ରତ୍ୟାହାର କରାଯାଇ ନଥିବାରୁ ସେମାନେ ପାଟଳିପୁରା ପଞ୍ଚାୟତରେ ମୁତୟନ ହୋଇ ରହିଛନ୍ତି। ହେଲେ ଆଜିବି ନାଖାରା ପୋଲ ଉପରେ ଭାରୀ ଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଥିବାରୁ ପୋଲ ଦୁଇ ମୁଣ୍ଡରେ ଏକାଧିକ ମାଲ ବୋଝେଇ ଟ୍ରକ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe