ଅଳିଆ ଆବର୍ଜନାରେ ପୋତି ହୋଇଛି ମାଲକାନଗିରିର ଡ୍ରେନ୍‌, ଘରେ ପଶୁଛି ପାଣି

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ସହର ସାରା ପାଣି ଜମୁଛି। ଡ୍ରେନଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇଥିବାରୁ ଡ୍ରେନର ପାଣି ରାସ୍ତା ଉପରେ ବହୁଥିବା ବେଳେ ପାଣି ଘରେ ଘରେ ପଶୁଥିବା ଦେଖିବାକୁ ମିଳିଛି।

Mkg water in house (1)

ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ସହର ସାରା ପାଣି ଜମୁଛି। ଡ୍ରେନଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇଥିବାରୁ ଡ୍ରେନର ପାଣି ରାସ୍ତା ଉପରେ ବହୁଥିବା ବେଳେ ପାଣି ଘରେ ଘରେ ପଶୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ଜୟପୁରିଆଗୁଡା ସାହିରେ ଘରେ ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଘରେ ଏକ ପ୍ରକାର ନାଳ ସଦୃଶ୍ୟ ହୋଇଯାଇଛି।

ପ୍ରତିବର୍ଷ ଜୟପୁରିଆଗୁଡ଼ା ସାହିରେ ପାଣି ଜମିଥାଏ। କିନ୍ତୁ କିଛି ଘଣ୍ଟା ପରେ ପାଣି ନିଷ୍କାସନ ହୋଇଥାଏ। ଏବେ ଚାରିପଟୁ ବନ୍ଦ ହୋଇଯିବାରୁ ପାଣି ଘରେ ଘରେ ପଶି ରହିଛି। ଆଣ୍ଠୁଏ ପାଣି ଘରେ ରହିଥିବାରୁ ଲୋକେ ରନ୍ଧାବଡା କରିପାରିନାହାନ୍ତି। ସମସ୍ତେ ସକାଳରୁ ଭୋକରେ ରହିଛନ୍ତି। ପାଣି କମିଲେ ରନ୍ଧାବଢା କରିବେ ବୋଲି ଚିନ୍ତା କରୁଥିବା ବେଳେ ପାଣି ନିଷ୍କାସନ ହୋଇପାରୁନଥିବାରୁ ଚିନ୍ତାରେ ପଡିଛନ୍ତି। ଘରେ ପାଣି ପଶିଯିବାର ପୂର୍ବରୁ ଭୟ ରହିଥିବାରୁ ରାତି ତମାମ ଶୋଇନଥିବା ସାହିବାସିନ୍ଦା ପ୍ରକାଶ କରିଛନ୍ତି। ଘରର ସମସ୍ତ କୋଠରୀରେ ପାଣି ଜମିଯାଇଥିବା ଦେଖିବାକୁ ମିଳିଛି। ଘରର ଆସବାବପତ୍ର ନଷ୍ଟ ହେବା ସହ ରାତିରେ ଶୋଇବା ନେଇ ମୁଖ୍ୟ ଚିନ୍ତା ହୋଇଛି। ଏଠାରେ ଡ୍ରେନର ବ୍ୟବସ୍ଥା ନଥିବାରୁ ପାଣି ଘରେ ପଶୁଥିବା ସ୍ଥାନୀୟ ଲୋକେ କହନ୍ତି।

Mkg water in house (2)

ଆଗକୁ ଆହୁରି ବର୍ଷା ରହିଥିବାରୁ କଣ କରିବେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାନଗଲେ ଜୟପୁରିଆଗୁଡ଼ାସାହି ବାସିନ୍ଦା ଆଗକୁ ଆହୁରି ହଇରାଣ ହେବେ ବୋଲି କୁହାଯାଇଛି।

ପ୍ରକାଶ ଥାଉକି ବର୍ଷା ଯୋଗୁଁ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ଯାଉଥିବା ବେଳେ ବହୁ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମୁଥିବା ଦେଖିବାକୁ ମିଳିଛି। ଗତକାଲି ଏବଂ ଆଜି ସକାଳ ସୁଦ୍ଧା ମାଲକାନଗିରି ବ୍ଲକରେ ୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଥିଲି ବ୍ଲକରେ ୮ ମିଲିମିଟର, ଖଇରପୁଟ ବ୍ଲକରେ ୯୬ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୭ ମିଲିମିଟର, କୋରକୋଣ୍ଡା ବ୍ଲକରେ ୨୨ ମିଲିମିଟର, କାଲିମେଳା ବ୍ଲକରେ ୨୨ ମିଲିମିଟର ଏବଂ ପଡିଆ ବ୍ଲକରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ମୋଟ ୧୭୩ ମିଲିମିଟର ବର୍ଷା ହୋଇଥିବା ବେଳେ ଏଭେରେଜ ୨୪ ରହିଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe