ଡୁଙ୍ଗୁରିସାହିରେ ପାନୀୟ ଜଳ ସମସ୍ୟା ଦୂର ହେବ କେବେ?

ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ କୁଲଗି ଗ୍ରାମର ଡୁଙ୍ଗୁରିସାହି ଠାରେ ଲୋକମାନଙ୍କ ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଗାଁ ଲୋକମାନଙ୍କ ପାଇଁ ସରକାରଙ୍କ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବହଳଦା ବ୍ଲକ ଅନ୍ତର୍ଗତ କୁଲଗି ଗ୍ରାମର ଡୁଙ୍ଗୁରିସାହି ଠାରେ ଲୋକମାନଙ୍କ ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଗାଁ ଲୋକମାନଙ୍କ ପାଇଁ ସରକାରଙ୍କ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି।ସମସ୍ତ କୂଅ ଗୁଡ଼ିକ ଶୁଖି ଯାଇଛି। ଏକମାତ୍ର ନଳକୂପ ଦୀର୍ଘ ମାସ ଠାରୁ ଅଚଳ ହୋଇ ପଡିଛି। ଅନ୍ୟ ଗାଁକୁ ପ୍ରାୟ ୧ କିଲୋମିଟର ଦୂର ପ୍ରତିଦିନ ପାନୀୟ ଜଳ ଆଣିବା ପାଇଁ ଗାଁ ଲୋକ ଯାଆନ୍ତି।

ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନେକ ଅଭିଯୋଗ ପରେ ମଧ୍ୟ ଗାଁ ଲୋକ ମାନଙ୍କ ପାନୀୟ ଜଳ ସମସ୍ୟ ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଅଛି। ବହଳଦା ବ୍ଲକ ଅଂଚଳ ଶଶ ଗ୍ରାମ ପଞ୍ଚାୟତ ଅଂଚଳରେ କୁଲଗି ଗାଁର ଡୁଙ୍ଗୁରିସାହି ରହିଛି। ଏଠାରେ ପ୍ରାୟ ୧୩ ଗୋଟି ପରିବାର ବସବାସ କରନ୍ତି। ଗାଁରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇଯାଇଛି। ଘର ଗୁଡିକରେ ରହିଥିବା କୂଅ ଗୁଡ଼ିକ ଶୁଖି ଯାଇଛି। ଗାଁ ର ଲୋକ ମାନେ ପ୍ରାୟ ୧ କିଲୋମିଟର ଦୂର ମୁରୁତଘୁଟୁସାହିକୁ ପାନୀୟ ଜଳ ଆଣିବା ପାଇଁ ପ୍ରତିଦିନ ଟାଣ ଖରାରେ ଯାଇଥାନ୍ତି।

ଡୁଙ୍ଗୁରିସାହି ଠାରେ ଲୋକମାନଙ୍କ ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଗାଁ ଲୋକମାନଙ୍କ ପାଇଁ ସରକାରଙ୍କ ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି।ସମସ୍ତ କୂଅ ଗୁଡ଼ିକ ଶୁଖି ଯାଇଛି। ଏକମାତ୍ର ନଳକୂପ ଦୀର୍ଘ ମାସ ଠାରୁ ଅଚଳ ହୋଇ ପଡିଛି।

ଏହି ପରି ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଡୁଙ୍ଗୁରିସାହି ଗ୍ରାମବାସୀ। ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀମାନେ ଗ୍ରାମ ପଞ୍ଚାୟତ ସରପଞ୍ଚ ଠାରୁ ବହଳଦା ବ୍ଲକ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ହେଲେ ଏ ପର୍ଯ୍ୟନ୍ତ ପାଣି ସମସ୍ୟାର ସମାଧାନ ହୋଇପାରି ନାହିଁ ବୋଲି ଅଭିଯୋଗ ହୋଇଅଛି। ଗ୍ରାମବାସୀମାନେ ପ୍ରାୟ ୩ ଶହ ମିଟର ଦୂରରେ ରଥିବା ବସୁଧା ଯୋଜନାରେ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବିକରିଛନ୍ତି। ଶୀଘ୍ର ଦାବିପୂରଣ ନ ହେଲେ ଗ୍ରାମବାସୀମାନେ ବହଳଦା ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

water problem

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe