Water problem in Kandhamal Photograph: (Sambad )
ଘୁ. ଉଦୟଗିରି: ରାଜ୍ୟ ଏବଂ କେନ୍ଦ୍ର ସରକାର ଗାଁର ବିକାଶ ପାଇଁ ଏବଂ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇଦେବା ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ ଏହି ଯୋଜନା ଯୋଜନା ରେ ରହିଯାଉଥିବା ଅଭିଯୋଗ ହେଉଛି। ଆଜିବି କନ୍ଧମାଳ ଜିଲ୍ଲାରେ ବହୁ ଗ୍ରାମ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେବାକୁ ପଡୁଛି। ନଦୀନାଳ ଚୁଆରୁ ଦୂଷିତ ଜଳ ସଂଗ୍ରହ କରି ସେଥିରେ ନିଜର ଶୋଷ ମେଣ୍ଟାଉ ଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଢ଼ୁତେଲି ପଞ୍ଚାୟତର ନନ୍ଦମାହା ଗ୍ରାମରେ।
ଆଜିବି ଲୋକେ ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି। ୪ଟି ସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ନନ୍ଦମାହା ଗ୍ରାମର ମୁଟୁକୁଟି, କୁତାଙ୍ଗପିପଲ, ସାହିର ୧୧ପରିବାରର ୪୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏହିସାହିରେ ପାନୀୟ ଜଳ ସମସ୍ୟା ରହିଥିବାରୁ ବର୍ଷା ଖରା ନାଳ ଚୂଆପାଣି ବ୍ୟବହାର କରୁଛନ୍ତି। ମୁଟୁକୁଟି ସାହିରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ବହୁଦିନ ରୁ ଖରାପ ହୋଇପଡ଼ି ରହିଛି।
ପାନୀୟଜଳ ସମସ୍ୟାକୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି କିନ୍ତୁ ଆଜି ଯାଏଁ ପାନୀୟ ଜଳ ସମସ୍ୟା ସମାଧାନ ହୋଇନଥିବା ନନ୍ଦମାହା ଗ୍ରାମବାସୀ ସମେତ ମୁଟୁକୁଟି ସାହିର ସୌଦାମିନୀ କହଁର, ସଂଯୁକ୍ତା ବିନ୍ଧାଣି, ନମିତା ଦିଗାଲ, ଦେନ୍ଦେ ଦିଗାଲ, ରଞ୍ଜନା ଦିଗାଲ, ପ୍ରେମ ଶିଳା କହଁର, ପବିତ୍ର ମୋହନ କହଁର, ସମେତ ଅଞ୍ଚଳ ବାସୀ ପ୍ରକାଶ କରିବା ସହ ତୁରନ୍ତ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
Follow Us