ପାନୀୟ ଜଳ ସମସ୍ୟା ଘେରରେ ଏସୁମାଡ଼ି ସାହିବାସିନ୍ଦା

Advertisment

ସରକାର ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ ଅନେକ ଯୋଜନା କରି କାର୍ଯ୍ୟ କାରି କରି ଆସୁଥିବା ସତ୍ତ୍ବେ  ଆଜି ବି କନ୍ଧମାଳ ଜିଲ୍ଲାର ଏମିତି ଅନେକ ଗାଁ ଅଛି ଜନସାଧାରଣ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଏହାର ଜ୍ବଳନ୍ତା ଉଦାହରଣ ଏସୁମାଡ଼ି ଗ୍ରାମରେ ଦେଖିବାକୁ ମିଳିଛି।

ସରକାର ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ ଅନେକ ଯୋଜନା କରି କାର୍ଯ୍ୟ କାରି କରି ଆସୁଥିବା ସତ୍ତ୍ବେ  ଆଜି ବି କନ୍ଧମାଳ ଜିଲ୍ଲାର ଏମିତି ଅନେକ ଗାଁ ଅଛି ଜନସାଧାରଣ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଏହାର ଜ୍ବଳନ୍ତା ଉଦାହରଣ ଏସୁମାଡ଼ି ଗ୍ରାମରେ ଦେଖିବାକୁ ମିଳିଛି।

water problems

water problems in Kandhamal Photograph: (Sambad )

ଘୁ.ଉଦୟଗିରି: ସରକାର ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ନିମନ୍ତେ ଅନେକ ଯୋଜନା କରି କାର୍ଯ୍ୟ କାରି କରି ଆସୁଥିବା ସତ୍ତ୍ବେ  ଆଜି ବି କନ୍ଧମାଳ ଜିଲ୍ଲାର ଏମିତି ଅନେକ ଗାଁ ଅଛି ଜନସାଧାରଣ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ଏହାର ଜ୍ବଳନ୍ତା ଉଦାହରଣ ଏସୁମାଡ଼ି ଗ୍ରାମରେ ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା କ ନୁଆଗାଁ ବ୍ଲକ ଅନ୍ତର୍ଗତ ଚାଞ୍ଚେଡ଼ି ପଞ୍ଚାୟତ ଅଧିନରେ ଥିବା ୧୧ନଂ ୱ।ର୍ଡ ଏସୁମାଡି ସାହିରେ ପ୍ରାୟ ୧୫ ପରିବାର ବସବାସ କରି ଆସୁଥିବାବେଳେ ସାହିରେ ଗୋଟିଏ ନଳକୂପ ଓ ଗୋଟିଏ କୂପ ରହିଛି। କିନ୍ତୁ କୂପରେ ବର୍ଷ ତମାମ ପାଣି ରହୁନଥିବା ଯୋଗୁଁ ସମସ୍ତ ସାହିବାସିନ୍ଦା ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି, ଯାହା କି ସମୁଦ୍ରକୁ ଶଙ୍ଖେ ଭଳି। ଫଳରେ ଏସୁମାଡ଼ିସାହିରେ ପ୍ରାୟ ୧୫ ପରିବାର ପାଣି ବୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୀର୍ଘ ବର୍ଷ ଧରି  ସାହିରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅବଗତ କରିଥିଲେ ସୁଧା କେହି କର୍ଣ୍ଣପାତ କରୁ ନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

ସାହିରେ ଏକ ନୂତନ ନଳକୂପ ଖନନ କରିବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା କମଳାକାନ୍ତ ପ୍ରଧାନ, ବାଲ୍ମୀକ ପ୍ରଧାନ, କଣ୍ଠେସ୍ଵର ପ୍ରଧାନ, ମୀନକେତନ ପ୍ରଧାନ, କୁନାଳ ପ୍ରଧାନ ଜିତୁ ପ୍ରଧାନ, ସନତ  ପ୍ରଧାନ, ସାନ ପ୍ରଧାନ, ଜିନା ପ୍ରଧାନ, ବିରେଇ ଦିଗାଲ, ଅଜିତ ପ୍ରଧାନ, ଅମୀର ପ୍ରଧାନ, ଟିକନ ଦିଗାଲ, ନୀକାବତୀ ପ୍ରଧାନ, କାଜଲ ବଗର୍ତ୍ତୀ, ମମତା ପ୍ରଧାନ, ସୁଲେଖା ପ୍ରଧାନ, ହେମଲତା ପ୍ରଧାନ, ମାଳତୀ ପ୍ରଧାନଙ୍କ ସମେତ ସାହି ବାସିନ୍ଦା ନିବେଦନ କରିଛନ୍ତି। ଯଦି ପ୍ରଶାସନ ସାହି ବାସିନ୍ଦାଙ୍କ ସମସ୍ୟା ଯଥାଶୀଘ୍ର ସମାଧାନ ନ କରନ୍ତି ତେବେ  ଆଗାମୀ ଦିନରେ ଗରା, ମାଠିଆ ଧରି କ ନୁଆଗାଁ ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe