ଇନ୍ଦ୍ରାବତୀ ଜଳଭଣ୍ଡାରରେ ୯ ପ୍ରତିଶତ ଜଳ ଗଛିତ: ବିଦ୍ୟୁତ ଉତ୍ପାଦନ ପ୍ରଭାବିତ

ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଆଜି ୯.୬୬୮ ପ୍ରତିଶତ ଜଳ ଗଛିତ ରହିଛି। ଗତବର୍ଷ ଆଜିର ଦିନରେ ୧୩.୦୨୫ ପ୍ରତିଶତ ଜଳ ଗଛିତ ରହିଥିଲା। ଯାହାକି ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଜଳ କମ୍ ରହିଛି।

ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପ : ଜଳ, ଜଙ୍ଗଲ, ଜୀବିକା ହରାଇଲା ନବରଙ୍ଗପୁର

ନବରଙ୍ଗପୁର: ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଆଜି ୯.୬୬୮ ପ୍ରତିଶତ ଜଳ ଗଛିତ ରହିଛି। ଗତବର୍ଷ ଆଜିର ଦିନରେ ୧୩.୦୨୫ ପ୍ରତିଶତ ଜଳ ଗଛିତ ରହିଥିଲା। ଯାହାକି ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଜଳ କମ୍ ରହିଛି। ଆଜି ସକାଳ ୮ ଘଟିକା ସୁଦ୍ଧା ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ୬୨୭.୨୯ ମିଟର ଜଳ ଗଛିତ ରହିଥିବା ବେଳେ ବିଦ୍ୟୁତ ଉତ୍ପାଦନ ଉପରେ ପ୍ରବାଭ ପଡ଼ିଛି। ୧୧୦ ପରିବ୍ୟାପ୍ତ ଜଳ ଭଣ୍ଡାର ମଧ୍ୟରେ ୧୪୩୬୨ ହେକ୍ଟ ମିଟର ଜଳ ଗଛିତ ରହିଛି।

ଗତବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଏସିଆ ମହାଦେଶର ଦ୍ଵିତୀୟ ସର୍ବ ବୃହତମ ନଦୀବନ୍ଧ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ କମ୍ ପରିମାଣରେ ଜଳ ଗଛିତ ହୋଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା। ଜଳ ଭଣ୍ଡାର ମଧ୍ୟରେ ପାଣି କମ୍ ରହିଥିବା ଯୋଗୁଁ ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ୧୫୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ଚାରୋଟି ଟରବାଇନ୍  ସମ୍ପୂର୍ଣ ଭାବରେ କାର୍ଯ୍ୟକାରୀ ହୋଇପାରୁନି।

ଗତବର୍ଷ ଡିସେମ୍ବର ମାସ ତମାମ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା ବନ୍ଦ୍ ରହିବା ସହ  ଚଳିତ ବର୍ଷ ଜାନୁଆରୀ ୬ ତାରିଖରୁ କେତେବେଳେ ଗୋଟିଏ କେତେବେଳେ ଦୁଇଟି ଟରବାଇନ୍ ଯୋଗେ ବିଦ୍ୟୁତ ଉତ୍ପାଦନ ହେଉଛି। ଆଜି ଇନ୍ଦ୍ରାବତୀ ଜଳସ୍ତର ୬୨୭.୨୯ ମିଟର ରହିଥିବା ବେଳେ ୧୧୦ ପରିବ୍ୟାପ୍ତ ବିସ୍ତିର୍ଣ ଜଳ ଭଣ୍ଡାର ମଧ୍ୟରେ ୧୪୩୬୨ ହେକ୍ଟ ମିଟର ତଥା ୯.୬୬୮ ପ୍ରତିଶତ ଜଳ ଗଛିତ ରହିଛି! ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୨୪.୨୧୩  କ୍ୟୁମେକ୍  ଜଳ ପ୍ରବେଶ କରୁଛି।  

ମୂଖିଗୁଡା ସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ପରେ ୩୭.୪୭୭ କ୍ୟୁମେକ୍  ଉଦବୃତ୍ତ ଜଳ ହାତୀ ବ୍ୟରେଜରେ ଗଛିତ ହେବାପରେ ତେଲନଦୀ ଏବଂ ଏହାପରେ ମହାନଦୀରେ ମିଶୁଛି। ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫.୧୫ ଜଳ ନିଷ୍କାସିତ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ୧୧୦ ପରିବ୍ୟାପ୍ତ ଜଳ ଭଣ୍ଡାର ମଧ୍ୟରୁ ପ୍ରତି ସେକେଣ୍ଡ ରେ ୫.୧୫ କ୍ୟୁମେକ୍ ଜଳ ବାଷ୍ପୀଭୂତ ହୋଇ ଉଡ଼ି ଯାଉଛି। ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଦୈନିକ ୨୬୯୮ ମେଗାୱାଟ ତଥା ଘଣ୍ଟା ପ୍ରତି ୧୧୨.୪୧୭ ବିଦ୍ୟୁତ ଉତ୍ପାଦନ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି।

ଉପରମୁଣ୍ଡ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରୀ, କୋରାପୁଟଜିଲ୍ଲାର ଦଶମନ୍ତପୁର,ବୋରିଗୁମ୍ମା ବ୍ଲକର କାଠରଗୁଡା ଆଦି ଅଂଚଳରେ ବର୍ଷା ହେଲେ  ଜଳଭଣ୍ଡାରର ସ୍ଥିତି ସୁଧିରିବ। ଏହି ସ୍ଥିତି ଲାଗି ରହିଲେ ପୁଣି ବିଦ୍ୟୁତ ଉତ୍ପାଦନ ବନ୍ଦ ହେବ। ବିଦ୍ୟୁତ ଉତ୍ପାଦନ ବନ୍ଦ ହେଲେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ  ଜଳସେଚନ ପାଇଁ ପାଣି ଯୋଗାଇବା ବି ବନ୍ଦ ହେବ ଏହି ସମ୍ଭାବନାକୁ ଏଡାଇ ହେବ ନାହିଁ। ତେବେ ଏହି ସ୍ଥିତି ଲାଗି ରହିଲେ ପରିବେଶ ଉପରେ ବି ପ୍ରଭାବ ପଡିବ ଏଥିରେ ଦ୍ବିମତ ନଥିବା କହିଛନ୍ତି ପରିବେଶବିତ୍। 

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe