ବର୍ଷାର ପରିମାଣ ହ୍ରାସ ପାଇବ, କୋହଲା ପାଗ ଲାଗି ରହିବ

Advertisment

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି। ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଏହା ଦୁର୍ବଳ ହୋଇଥିବା ଜଣାଯାଇଛି। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ କୋହଲା ପାଗ ଜାରି ରହିବ।

Updated On

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି। ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଏହା ଦୁର୍ବଳ ହୋଇଥିବା ଜଣାଯାଇଛି। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ କୋହଲା ପାଗ ଜାରି ରହିବ।

ଅଦ୍ୟତନ ହୋଇଛି
ଚୁ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି। ସାମାନ୍ୟ ପଶ୍ଚିମ ଦିଗକୁ ଗତି କରି ଏହା ଦୁର୍ବଳ ହୋଇଥିବା ଜଣାଯାଇଛି। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ କୋହଲା ପାଗ ଜାରି ରହିବ।
 ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ଏବଂ ବର୍ଷା ପ୍ରଭାବ କମିବ। ତେବେ ଲଘୁଚାପ ପ୍ରଭାବରେ ଗତକାଲି ସାରା ରାଜ୍ୟରେ ବର୍ଷା ଲାଗିରହିଥିଲା। ଗତକାଲି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ଭବାନୀପାଟଣାରେ ୬୦.୪ ମିମି ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୨୪, କଟକରେ ୨୦.୬, ଭୁବନେଶ୍ବରରେ ୧୮.୮, ନୟାଗଡ଼ରେ ୧୬ ମିମି ବର୍ଷା ହୋଇଥିଲା। ଭବାନୀପାଟଣାରେ ହୋଇଥିବା ବର୍ଷା ଏକ ରେକର୍ଡ ବୋଲି କୁହାଯାଉଛି।

ଇତିହାସ ଦେଖିଲେ ୨୦୧୮ ଡିସେମ୍ବରରେ ଏଠାରେ ସର୍ବାଧିକ ୪୪ ମିମି ବର୍ଷା ହୋଇଥିଲା। ସେହିପରି ଚଳିତ ମାସରେ ଭୁବନେଶ୍ବରରେ ରେକର୍ଡ କରାଯାଇଥିବା ବର୍ଷା ପରିମାଣ ଏକ ରେକର୍ଡ ବୋଲି କୁହାଯାଉଛି। ଯଦି ଦିନକୁ ହିସାବକୁ ନିଆଯାଏ ତାହା ହେଲେ ୧୯୭୮ ମସିହା ଡିସେମ୍ବର ୩ରେ ରାଜଧାନୀରେ ସର୍ବାଧିକ ୬୨.୩ ମିମି ବର୍ଷା ହୋଇଥିଲା। ଏହା ତଳକୁ ଚଳିତବର୍ଷ ଡିସେମ୍ବର ୨୧ରେ ୫୧.୬ ମିମି, ୧୯୭୩ ଡିସେମ୍ବର ୯ରେ ୩୪.୬ ମିମି, ୨୦୧୭ ଡିସେମ୍ବର ୯ରେ ୨୮.୫ ମିମି, ୨୦୨୩ ଡିସେମ୍ବର ୭ରେ ୨୨.୧ ମିମି ଓ ଆଜି ଅର୍ଥାତ୍ ୨୫ ତାରିଖ ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ମଧ୍ୟରେ ୧୮.୮ ମିମି ବର୍ଷା ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe