ଦୁର୍ବୃତ୍ତଙ୍କ ଆକ୍ରମଣ ଶିକାର ହୋଇଥିବା ସାମ୍ବାଦିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ୱେବ୍‌ ଚ୍ୟାନେଲର ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସି.ଏଚ୍‌ ନରେଶ। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିନ ମୁରଲୀଗୁଡ଼ାରେ ଏହି ଘଟଣା ଘଟିଛି।

ed33f4c4-1420-401e-bf39-a876ffbe94ba

ମାଲକାନଗିରି: ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ୱେବ୍‌ ଚ୍ୟାନେଲର ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସି.ଏଚ୍‌ ନରେଶ। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିନ ମୁରଲୀଗୁଡ଼ାରେ ଏହି ଘଟଣା ଘଟିଛି।

ମୁରଲୀଗୁଡା ଗ୍ରାମ ନିକଟରେ ୩ଜଣ ସାମ୍ବାଦିକ ଓ ୨ ଜଣ ଯୁବକ ବର୍ତ୍ତାଳାପ କରୁଥିବା ବେଳେ ଦୁଇଟି ବାଇକ୍‌ରେ ୫ ଦୁର୍ବୁତ୍ତ ଆସି ହଠାତ ଆକ୍ରମଣ କରିଥିଲେ। ସେମାନେ ଖଣ୍ଡାରେ ଆକ୍ରମଣ କରିଥିବାର ଆଶଙ୍କା କରାଯାଉଛି। ଆକ୍ରମଣର ଶିକାର ହେଲା ପରେ ସାମ୍ବାଦିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ଘଟଣାର ଛାନ୍‌ଭିନ୍‌ କରୁଛି। ତେବେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଠାରୁ କାର୍‌ ଛଡ଼ାଇ ନେଇଥିବା ଜଣାପଡ଼ିଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe