ଚଳନ୍ତା ଯାତ୍ରୀବାହୀ ବସ୍‌ର ଚକ ବାହାରିଲା, ଅଳ୍ପକେ ବର୍ତ୍ତିଲେ ୨୦ରୁ ଊର୍ଦ୍ଧ୍ବ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା-ଧାମଣାଗୁଡ଼ା ମଧ୍ୟରେ ଥିବା ଏକ ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍‌ର ହଠାତ୍ ଚକା ବାହାରି ପଡ଼ିବାରୁ ବସ ଭାରସାମ୍ୟ ହରାଇ ଥିଲେ ସୁଦ୍ଧା ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଦୁର୍ଘଟଣାରୁ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। 

Dabugaon

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା-ଧାମଣାଗୁଡ଼ା ମଧ୍ୟରେ ଥିବା ଏକ ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍‌ର ହଠାତ୍ ଚକା ବାହାରି ପଡ଼ିବାରୁ ବସ ଭାରସାମ୍ୟ ହରାଇ ଥିଲେ ସୁଦ୍ଧା ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଦୁର୍ଘଟଣାରୁ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। 

ଆଜି ଅପରାହ୍ନରେ ଉମରକୋଟରୁ ଜୟପୁର ଅଭିମୁଖେ ଏସ ବି ଏମ ଏସ ନାମକ ଏକ ଘରୋଇ ବସ୍‌ ଜୟପୁର ଅଭିମୁଖେ ଯିବା ସମୟରେ ଅପରାହ୍ନ ପ୍ରାୟ ୫ ଘଣ୍ଟ ୧୦ ମିନିଟ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା-ଧାମଣାଗୁଡ଼ା ମଧ୍ୟରେ ଥିବା ଏକ ପୋଲ ନିକଟରେ ହଠାତ୍ ବସ୍‌ର ଏକ ଚକା ବାହାରି ପଡ଼ିଥିଲା। 

ଡ୍ରାଇଭର ପୋଲ ନିକଟରେ ବସ୍‌କୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିବା ବେଳେ ପୋଲ ତଳକୁ ବସ ଖସି ଯାଇଥିଲେ ବସ୍‌ରେ ବସିଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ନିଶ୍ଚିତ ବିପଦ ମୁଖରେ ପଡ଼ିଥାନ୍ତେ। ଭୟରେ ବସ୍‌ରୁ ଯାତ୍ରୀମାନେ ତଳେ ଓହ୍ଲାଇ ପଡ଼ିଥିଲେ। ତେବେ ଘୋରଇ ବସ୍‌ର ଫିଟ୍‌ନେସ୍‌ ଅଛି କି ନାହିଁ ତାହା ତଦନ୍ତ ସାପେକ୍ଷ ଥିବା ବେଳେ ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରତିଧ୍ୟାନ ଦେଇ ବସ୍‌ ଗନ୍ତବ୍ୟସ୍ଥଳରୁ ବାହାରିବା ପୂର୍ବରୁ ସଠିକ୍ ଅନୁଧ୍ୟାନ କରି ବାହାରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe