୪ ଅର୍ବାନ ମଲଟିପରପୋଜ କମ୍ୟୁନିଟି ହଲର ନିର୍ମାଣ ସରିବ କେବେ?

ନବରଙ୍ଗପୁର ସହରରେ ୮କୋଟି ଟଙ୍କା ବ୍ୟୟରେ ୪ଟି ଅର୍ବାନ ମଲଟିପରପୋଜ କମ୍ୟୁନିଟି ହଲ (ସହରାଂଚଳ ବହୁବିଧ ସମ୍ପ୍ରଦାୟ ଗୃହ) ଏସିଏଲ୍ ହଲର ନିର୍ମାଣ ଜାରୀ ରହିଛି। ନିର୍ମାଣ କାମ କେବେ ‌ସରିବ ବୋଲି ସ୍ଥାନୀୟ ଜନତା ପ୍ରଶ୍ନ କରିଛନ୍ତି।

ngp-multipupose community hall (2)

ନବରଙ୍ଗପୁର: ନବରଙ୍ଗପୁର ସହରରେ ୮କୋଟି ଟଙ୍କା ବ୍ୟୟରେ ୪ଟି ଅର୍ବାନ ମଲଟିପରପୋଜ କମ୍ୟୁନିଟି ହଲ (ସହରାଂଚଳ ବହୁବିଧ ସମ୍ପ୍ରଦାୟ ଗୃହ) ଏସିଏଲ୍ ହଲର ନିର୍ମାଣ ଜାରୀ ରହିଛି। ତେବେ ଧାର୍ଯ୍ୟ ସମୟ ସରି ଆସିଥିଲେ ହେଁ ଦିନ ପରେ ଦିନ ଗଡ଼ି ଯାଉଥିଲେ ହେଁ ଏହାର ନିର୍ମାଣ ସରୁନି। ସହରର ୧୬୦୦ଲୋକଙ୍କ ପାଇଁ ଏହି ୪ଟି କମ୍ୟୁନିଟି ହଲ ନିର୍ମାଣାଧିନ ଥିବା ବେଳେ କେବେ କାମ ସରିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସହରାଞ୍ଚଳରେ ବସ ବାସ କରୁଥିବା ମଧ୍ୟବିତ୍ତ ତଥା ଗରିବ ଲୋକଙ୍କ ବାହାଘର, ବ୍ରତ , ଜନ୍ମଦିନ ଉତ୍ସବ ସହ ବିଭିନ୍ନ ଛୋଟ ଛୋଟ ବୈଠକ ଆଦି ସ୍ବଳ୍ପ ଭଡାରେ କରିବା ପାଇଁ ନିର୍ମାଣ ଚାଳିଛି ଅର୍ବାନ ମଲଟିପରପୋଜ କମ୍ୟୁନିଟି ହଲ( ସହରାଂଚଳ ବହୁବିଧ ସମ୍ପ୍ରଦାୟ ଗୃହ)ଏସିଏଲ୍। ପୌରପାଳିକାକୁ ଗୃହ ଓନଗର ଉନ୍ନୟନ ବିଭାଗ ନିକଟରୁ ଆସିଥିବା ଅନୁଦାନକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କମ୍ୟୁନିଟି ହଲ ନିର୍ମାଣ କରିବା ପାଇଁ ଦିଅଯାଇଥିଲା।

ସହରର ପୁରୁଣା ଆର୍ଶିବାଦକଲ୍ୟାଣ ମଣ୍ଡପ ଠାରେ ୫୦୦ଜଣ, ଗାନ୍ଧୀନଗର ୩୦୦ଜଣ, ପୁରୁଣା ଜେଲ୍ ନିକଟରେ ୩୦୦ ଓ ଦଶହରାପଦାରେ ୫୦୦ଜଣ ବିଶିଷ୍ଟ କମ୍ୟୁନିଟି ହଲର ଟେଣ୍ଡର ଗ୍ରାମ୍ୟ ବିଭାଜନ ବିଭାଗ କରିଥିଲେ। ଆର୍ଶିବାଦ କଲ୍ୟାଣ ମଣ୍ଡପ ଓ ଗାନ୍ଧୀନଗରର କାମକୁ ଠିକାଦାର ଶୁଭ୍ରାଂଶୁ ନାୟକ ୩କୋଟି ୮୩ଲକ୍ଷରେ ନିର୍ମାଣ କରିବାକୁ ଚୁକ୍ତି କରିଥିଲେ। ଆଉ ଦୁଇଟିକୁ ସୁବାସ ସାହୁ ୪କୋଟି ୨୨ଲକ୍ଷରେ ନିର୍ମାଣ କରିବାକୁ ଚୁକ୍ତି କରିଛନ୍ତି। ଗତ ୨୦୨୪ମେ’ମାସରେ ଏହି ୪କୋଠାକୁ ହସ୍ତାନ୍ତର କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଏହାରି ମଧ୍ୟରେ ବର୍ଷକ ବିତି ସାରିଛି। 

ତେବେ ଦୁଇଟି ଆର୍ଶିବାଦ କଲ୍ୟାଣ ମଣ୍ଡପ ଓ ଗାନ୍ଧୀନଗରର କମ୍ୟୁନିଟି ହଲର ନିର୍ମାଣ ସରିବାର ୬ମାସ ବିତିଗଲାଣି। ତଥାଫି ଏହି ଦୁଇଟି ହଲକୁ ବିଭାଗ ନିଜ ଅଧିନକୁ ନେଇ ନଥିବା ଠିକା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଆଉ ଦୁଇଟିର ନିର୍ମାଣ ଜାରୀ ରହିଛି। ପ୍ରଥମରେ ଚିହ୍ନଟ ସ୍ଥାନ ଦେବା ପାଇଁ ତହସିଲ ପକ୍ଷରୁ ବ୍ୟାପକ ବିଳମ୍ବ ହୋଇଥିଲା।

ଅପରପକ୍ଷରେ ବର୍ଷକ ତଳରୁ ନିର୍ମାଣ ଏହି କମ୍ୟୁନିଟି ହଲ ଗୁଡିକର ସରି କାର୍ଯ୍ୟକାରୀ ହୋଇଥିଲେ ସହରର ମଧ୍ୟବିତ୍ତ, ଗରିବ ଲୋକେ ଅଧିକା ଏବଂ ଅଯଥା ଖର୍ଚ୍ଚାନ୍ତରୁ ବଂଚିତ ହୋଇପାରିଥାନ୍ତେ। ଏହା ସାଙ୍ଗକୁ ପୌରପାଳିକାକୁ ଏହା ବାବଦରେ ରାଜସ୍ବ ମିଳିପାରନ୍ତା। ୨ଟିର କାମ ଶେଷ ହୋଇଛି, ଆଉ ୨ଟିର କାମ ଶେଷ ପର୍ଯ୍ୟାୟରେ ରହିଛି। ୪ଟି ଯାକର ପୁନଃ ପୁଙ୍ଖାନୁପୁଙ୍ଖ ଯାଂଚ କରି ଆସନ୍ତା ୨ମାସ ମଧ୍ୟରେ ହସ୍ତାନ୍ତର ନିଆଯିବ ବୋଲି କହିଛନ୍ତି ଗ୍ରାମ୍ୟ ବିଭାଜନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବର୍ଶୀ ନାୟକ।  

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe