ଭାଙ୍ଗିଦେଲେ ପାଚେରୀ: ନୂତନ ନିର୍ମାଣ କେବେ? ଜୁନ ୨୦ରେ ଖୋଲିବ ସ୍କୁଲ

ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି-ପାଟଖଲିଆ ମୁଖ୍ୟରାସ୍ତା ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ବେଳେ ଏହାର ସମ୍ପ୍ରସାରଣ ନିମନ୍ତେ ଚନ୍ଦାହାଣ୍ଡି ସଦର ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟ ପାଚେରୀ ଭଙ୍ଗା ଯାଇଛି।

Chandahandi of Nabarangpur

Chandahandi of Nabarangpur Photograph: (sambad.in)

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି-ପାଟଖଲିଆ ମୁଖ୍ୟରାସ୍ତା ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ବେଳେ ଏହାର ସମ୍ପ୍ରସାରଣ ନିମନ୍ତେ ଚନ୍ଦାହାଣ୍ଡି ସଦର ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟ ପାଚେରୀ ଭଙ୍ଗା ଯାଇଛି। ଆଜକୁ ଚାରି ମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇ ପାରୁନି। ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ପ୍ରକାଶ ଥାଉକି ଚନ୍ଦାହାଣ୍ଡି ସଦର ଗ୍ରାମ ରାସ୍ତା ସମ୍ପ୍ରସାରଣ ନିମନ୍ତେ ପୂର୍ତ୍ତ ବିଭାଗ ତରଫରୁ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ବିଦ୍ୟାଳୟ ପାଚେରୀ ଭଙ୍ଗା ଯାଇ ରାସ୍ତା ସମ୍ପ୍ରସାରଣ ସହ ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କରାଗଲା। ବିଦ୍ୟାଳୟ ପାଚେରୀ ନିର୍ମାଣ ନିମନ୍ତେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀ ବହୁ ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।

ଚନ୍ଦାହାଣ୍ଡି ସଦର ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟ ପାଚେରୀ ଭଙ୍ଗା ଯାଇଛି। ଆଜକୁ ଚାରି ମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇ ପାରୁନି।

ଚନ୍ଦାହାଣ୍ଡି ସଦର ଗ୍ରାମ ରାସ୍ତାପାର୍ଶ୍ଵରେ ଆଶ୍ରମ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୨୨୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ଛାତ୍ରଛାତ୍ରୀ ନିବାସରେ ୧୮୦ ଜଣ ଅନ୍ତେବାସୀ ରହି ଅଧ୍ୟୟନ କରୁଛନ୍ତି। ସେପଟେ ସରକାର ଛାତ୍ରୀମାନଙ୍କ ସୁରକ୍ଷା କଥା କହୁଥିବା ବେଳେ ଆଶ୍ରମ ବିଦ୍ୟାଳୟ ମୁକୁଳା ହୋଇ ପଡିଛି। ସନ୍ଧ୍ୟା ହେଲେ ପାଚେରୀ ନଥିବାରୁ ଗାଈ ବଳଦଙ୍କ ଅବାଧ ପ୍ରବେଶ ସହ ଅସାମାଜିକ ବ୍ୟକ୍ତି ବିଶେଷ ସ୍କୁଲ ଭିତରେ ଅବାଧ ପ୍ରବେଶ କରୁଛନ୍ତି। ଫଳରେ ଶିକ୍ଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ନୂତନ ପାଚେରୀ ନିର୍ମାଣ କରିବା ନିମନ୍ତେ ଚନ୍ଦାହାଣ୍ଡି ସରପଞ୍ଚ ଗଂଗେଶ୍ବରୀ ପୂଜାରୀ ଏବଂ ସମିତିସଭ୍ୟ ପୌରଷ ମାଝୀ ଦାବି କରିଛନ୍ତି।

Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe