ନକ୍ସଲ ନଥିଲେ ବି ସଂଧ୍ୟା ହେଲେ ଏହି ଗାଁରେ ପଡ଼େ ତାଟି-କବାଟ

Advertisment

ସରକାରଙ୍କ ଦୃଷ୍ଟି କେବେ ଗାଁରେ ପଡ଼ିବ ଏବଂ ମୌଳିକ ସୁବିଧା କେବେ ପାଇବେ ତାହା ଅପେକ୍ଷାରେ ଅଛନ୍ତି ଦୁର୍ଗମ ପାହାଡ଼ ଉପରେ ରହିଥିବା କମଳାପଦରବାସୀ। ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ।

ସରକାରଙ୍କ ଦୃଷ୍ଟି କେବେ ଗାଁରେ ପଡ଼ିବ ଏବଂ ମୌଳିକ ସୁବିଧା କେବେ ପାଇବେ ତାହା ଅପେକ୍ଷାରେ ଅଛନ୍ତି ଦୁର୍ଗମ ପାହାଡ଼ ଉପରେ ରହିଥିବା କମଳାପଦରବାସୀ। ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ।

Kamalapadar

Kamalapadar Photograph: (sambad.in)

କୋରାପୁଟ: ଦୁର୍ଗମ ପାହାଡ଼ ଉପରେ ବସବାସ କରି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ବିଜୁଳି ଆଲୁଅ, ଅଙ୍ଗନବାଡ଼ି କି ସ୍କୁଲ। ବାରମ୍ବାର ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନାହିଁ। ବିଜୁଳି ଆଲୁଅ ନଥିବାରୁ ସଂନ୍ଧ୍ୟା ହେଲେ ରାଜୁତି କରୁଛି ଅନ୍ଧାର ବନ୍ୟ ପ୍ରାଣୀଙ୍କ ଭୟରେ ସଂନ୍ଧ୍ୟା ହେଲେ ପଡୁଛି ତାଟି କବାଟ। ଏପରି ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଦୁର୍ଗମ ଅଞ୍ଚଳ ପାହାଡ଼ ଉପରେ କମଳାପଦର।

ତେବେ ସରକାରଙ୍କ ଦୃଷ୍ଟି କେବେ ଗାଁରେ ପଡ଼ିବ ଏବଂ ଗ୍ରାମବାସୀ ମୌଳିକ ସୁବିଧା ପାଇବେ ତାହା ଅପେକ୍ଷାରେ। ଦୁର୍ଗମ ପାହାଡ଼ ଉପରେ ରହିଥିବା ଏହି କମଳାପଦର ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ। ଅଙ୍ଗନବାଡି କି ସ୍କୁଲ ନାହିଁ ପିଲାମାନେ ପ୍ରାଥମିକ ଶିକ୍ଷା ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ଗାଁ ପିଲା ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି ଓ ସ୍କୁଲ୍ ଘର ଦେଖିନାହାନ୍ତି। ଗାଁରେ ୨୨ ପରିବାର ବସବାସ କରୁଛନ୍ତି ଜନସଂଖ୍ୟା ଶହେରୁ ଅଧିକ। ୧୭ ବର୍ଷ ତଳେ ଗ୍ରାମରେ ସୋଲାର ଲାଇଟ୍ ଲଗା ଯାଇଥିଲା ଯାହାକି ଏବେ ୮୦ ପ୍ରତିଶତ ଅଚଳ। ଗାଁରେ ଅଙ୍ଗନବାଡି ଗୃହ ଅଧ ପାନ୍ତାରିଆ ହୋଇ ପଡିଛି, ଝରଣା ପାଣିକୁ ପାହାଡ଼ରୁ ପ୍ଳାଷ୍ଟିକ ପାଇପ୍ ଯୋଗେ ଗ୍ରାମକୁ ଅଣା ଯାଇଛି।

ଏଭଳି ବିଭିନ୍ନ ସମସ୍ୟା ମଧ୍ୟରେ ଘେରି ରହିଛି କମଳା ପଦର ଗ୍ରାମ। ନାରାୟଣପାଟଣା ବ୍ଳକର ଦୁର୍ଗମ ଅଞ୍ଚଳର ଗ୍ରାମବାସୀଙ୍କ ପାଇଁ ଆଜି ମଧ୍ୟ ମୌଳିକ ସୁବିଧା ସାତ ସପନ। କମଳାପଦର ଗ୍ରାମ ନାଲକୋ ଖଣି ଅଞ୍ଚଳ ପରିସରରେ ଆସୁଛି। ଏଠାରେ ଯେଭଳି ବିକାଶ ହେବାକଥା ତାହା ହେଇ ପାରୁନାହିଁ କହିଛନ୍ତି ଗ୍ରାମବାସୀ। ଅନ୍ଧାରରେ ଟର୍ଚ୍ଚ ଲାଇଟ୍ ଧରି ରୋଷେଇ କରିବା ପାଠ ପଢ଼ିବାରେ ସମସ୍ୟା ଦେଖା ଦେଇଥିବା କହିଛନ୍ତି ଗ୍ରାମବାସୀ। ସଂନ୍ଧ୍ୟା ହେଲେ ଗାଁରେ ପୁର୍ବେ ମାଓବାଦୀ ଭୟରେ ଏବେ ଜଙ୍ଗଲି ପ୍ରାଣୀ ଭୟରେ ତାଟି କବାଟ ପଡୁଥିବା କହିଛନ୍ତି ଗ୍ରାମବାସୀ। 

ପୂର୍ବରୁ ମାଓବାଦୀଙ୍କ ଯୋଗୁଁ ବିକାଶ ହୋଇ ପାରୁନଥିଲା। ଏବେ ନାହାନ୍ତି ନକ୍ସଲ। ତେବେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏନେଇ ଜିଲ୍ଲାପାଳ ଭି.କୀର୍ତ୍ତିୱାସନଙ୍କୁ ପଚାରିବାରୁ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଖୁବଶୀଘ୍ର କମଳାପଦର ଗ୍ରାମରେ ବିଜୁଳି ସେବା ଯୋଗାଇବା ସହ ମୌଳିକ ସୁବିଧା ଯୋଗାଇ ଦିଆଯିବ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର କମଳାପଦର ଗାଁ ଭଳି ଜିଲ୍ଲାର ଅନ୍ୟ ଦୁର୍ଗ ଗାଁର ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା। 

 Koraput 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe