କୋଟିଆରେ ସମସ୍ତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବ କେବେ?

ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ସର୍ବଦା ଚର୍ଚ୍ଚାରେ। ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ପାଇଁ ଗତ କିଛି ଦିନ ହେବ ସବୁ ଗଣମାଧ୍ୟମର ଶୀର୍ଷକ ପାଲଟିଛି କୋଟିଆ। ସୁପ୍ରିମକୋର୍ଟ ମାମଲାର ସ୍ଥିତାବସ୍ଥା ଜାରି କରିଛନ୍ତି।

kotia

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ସର୍ବଦା ଚର୍ଚ୍ଚାରେ। ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ପାଇଁ ଗତ କିଛି ଦିନ ହେବ ସବୁ ଗଣମାଧ୍ୟମର ଶୀର୍ଷକ ପାଲଟିଛି କୋଟିଆ। ସୁପ୍ରିମକୋର୍ଟ ମାମଲାର ସ୍ଥିତାବସ୍ଥା ଜାରି କରିଛନ୍ତି। ଏହି ଅଂଚଳ କାହାର ଏହି ପ୍ରମାଣ ଦେବା ପାଇଁ ଉଭୟ ଓଡିଶା ଓ ଆନ୍ଧ୍ର ଲାଗିପଡ଼ିଛନ୍ତି। ଏହି ଗ୍ରାମପୁଞ୍ଜ ତଥା ଆଖପାଖ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ କୌଣସି ଉନ୍ନୟନମୂଳକ କାମ କରାଗଲେ ତୁରନ୍ତ ଏହାର ପ୍ରତିରୋଧ ପାଇଁ ଓଡିଶା ତରଫରୁ କିଛି କରାଯାଉଛି। ନହେଲେ ନିଜ ତରଫରୁ ପ୍ରଶାସନିକ ଅଧିକାରୀମାନେ କିଛି କରୁ ନଥିବା ଅଭିଯୋଗ ହୋଇଛି। 

କୋଟିଆ ପଞ୍ଚାୟତରେ ମୋଟ ୧୮୧୩ ପରିବାର ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୬୨୧ଜଣଙ୍କୁ ବିଜୁ ପକ୍କା ଘର ଓ ୪୫ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ଦିଆଯାଇଥିବା ପଟାଙ୍ଗୀ ବ୍ଲକ ପକ୍ଷରୁ ସୂଚନା ମିଳିଛି। ବଳକା ୧୧୫୭ପରିବା ନିକଟରେ ପକ୍କା ଘର ନାହିଁ। ହାତଗଣତି କେତେକ ଲୋକଙ୍କୁ ଛାଡିଦେଲେ ପ୍ରାୟ ଘର ଟିଣଛପର ଓ ମାଟିରେ ତିଆରି ହୋଇଛି। ଆନ୍ଧ୍ର ସରକାରଙ୍କ ଯୋଜନାରେ କେତେକଙ୍କୁ ପକ୍କାଘର ମିଳିଛି। ଆନ୍ଧ୍ର ଏଜେଣ୍ଟ ଓ ଅଧିକାରୀ ମାନେ ବାରମ୍ବାର ଏଠାକୁ ଗସ୍ତ କରି ଏବେ ପକ୍କାଘର ଦେବା ପାଇଁ ତାଲିକା ପ୍ରସ୍ତୁତି କରୁଥିବା ସୂଚନା ମିଳିଛି। ହେଲେ ଓଡ଼ିଶା ସରକାର ଏଦିଗରେ ଗୁରୁତ୍ବ ଦେଉ ନଥିବା ଗ୍ରାମବାସୀ କହିଛନ୍ତି। 

କୋଟିଆ ପଞ୍ଚାୟତରେ ମୋଟ ୧୮୧୩ ପରିବାର ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୬୨୧ଜଣଙ୍କୁ ବିଜୁ ପକ୍କା ଘର ଓ ୪୫ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ଦିଆଯାଇଥିବା ପଟାଙ୍ଗୀ ବ୍ଲକ ପକ୍ଷରୁ ସୂଚନା ମିଳିଛି। ବଳକା ୧୧୫୭ପରିବା ନିକଟରେ ପକ୍କା ଘର ନାହିଁ। ହାତଗଣତି କେତେକ ଲୋକଙ୍କୁ ଛାଡିଦେଲେ ପ୍ରାୟ ଘର ଟିଣଛପର ଓ ମାଟିରେ ତିଆରି ହୋଇଛି।

ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ  ଏହି ପଞ୍ଚାୟତର ୧୪୨ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ହେଲେ ଗାଁର ବହୁ ଅସହାୟ ବ୍ୟକ୍ତିଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଏପରିକି ଗତ ଲଗାଣ ବର୍ଷାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିଲେହେଁ ଘର ମିଳି ନଥିବା ଗ୍ରାମପୁଂଜର  ଦୁଃଖର ସହ ଜଣାଇଛନ୍ତି। କୋଟିଆ ଗ୍ରାମପୁଞ୍ଜର ପ୍ରତି ପରିବାରକୁ ପ୍ରଧାନମନ୍ତ୍ରୀ ଆବସ ଯୋଜନା ପକ୍କା ଘର ଯୋଗାଇବାକୁ ତତ୍କାଳୀନ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ ସବୁ ହିତାଧିକାରୀ ଘର ପାଇ ପାରି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏବେ ଡବଲଇଂଜିନ୍ ସରକାର ଆସିବା ପରେ ଏହି ଗ୍ରାମପୁଞ୍ଜର ସବୁ ପରିବାର ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପକ୍କାଘର ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି। ଆନ୍ଧ୍ର ଏ କ୍ଷେତ୍ରରେ ଆଗୁଆ ରହିବା ସହ ତାଲିକା ପ୍ରସ୍ତୁତ କରି ଯାଇଥିବା ବେଳେ ଏଠାରେ ଓଡିଶା ଆଗରେ ନା ଆନ୍ଧ୍ର ଆଗରେ ପକ୍କାଘର କାର୍ଯ୍ୟାଦେଶ ବିତରଣ  କରିବ ତାହା ସମୟ ହିଁ କହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe