ଜିଲ୍ଲାସ୍ତରୀୟ ଔଷଧ ଭଣ୍ଡାର ନିର୍ମାଣ କେବେ ହେବ?

Advertisment

ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସଂଲଗ୍ନ ମେଡିକାଲ କଲେଜ ଏବଂ ୩ଟି ଉପଖଣ୍ଡ ଚିକିତ୍ସାଳୟ ପାଇଁ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଔଷଧ ଭଣ୍ଡାର କାମ କରୁଅଛି।

ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସଂଲଗ୍ନ ମେଡିକାଲ କଲେଜ ଏବଂ ୩ଟି ଉପଖଣ୍ଡ ଚିକିତ୍ସାଳୟ ପାଇଁ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଔଷଧ ଭଣ୍ଡାର କାମ କରୁଅଛି।

SDH Rairangpur

SDH Rairangpur Photograph: (sambad.in )

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସଂଲଗ୍ନ ମେଡିକାଲ କଲେଜ ଏବଂ ୩ଟି ଉପଖଣ୍ଡ ଚିକିତ୍ସାଳୟ ପାଇଁ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଔଷଧ ଭଣ୍ଡାର କାମ କରୁଅଛି।

ରୋଗୀମାନେ ଅତ୍ୟାବର୍ଷ୍ୟକ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ବାରିପଦାଠାରୁ ବହୁ ଦୂରରେ ଥିବା ଏହି ଦୁଇଟି ଉପଖ୍ତଣ୍ଡ ଅବସ୍ଥିତ ଥିବାରୁ ଟିବି ଔଷଧ, ଆଇରନ ବଟିକା, ମ୍ୟାଲେରିଆ ଔଷଧ,ସାପ କାମୁଡା ଔଷଧ, କୁକୁର କାମୁଡ଼ା ଇଞ୍ଜେକ୍ସନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଔଷଧ ସଠିକ ସମୟରେ ଯୋଗାଇବା ସମ୍ଭବ ହୋଇପାରୁନାହିଁ।

ସୂଚନା ମୁତାବକ ମୟୂରଭଞ୍ଜ ଭଳି ଓଡ଼ିଶାର ସବୁଠାରୁ ବଡ଼ ଜିଲାରେ ସମସ୍ତ ଚିକିତ୍ସାଳୟର ଆବଶ୍ୟକ ଔଷଧ ସୁଦୁର ବାରିପଦାଠାରୁ ୩ଟି ଗାଡ଼ିରେ ବହୁ କଷ୍ଟରେ ଯୋଗାଇ ଦିଆଯାଇଥାଏ। କିନ୍ତୁ ବାରିପଦାରେ ଥିବା ଏହି ଔଷଧ ଭଣ୍ଡାର ବାମନଘାଟୀ ଏବଂ କଂରଜିଆ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସଠିକ ସମୟରେ ଔଷଧ ଯୋଗାଇ ପାରୁନାହିଁ ଏବଂ ବିଭିନ୍ନ ସମୟରେ ବାଙ୍ଗିରିପୋଷି ଘାଟୀ ରାସ୍ତା ଜାମ ରହୁଥିବାରୁ ଏହି ସମସ୍ୟା ଦିନକୁ ଦିନ ଆହୁରି ଉତ୍କଟ ହେଉଛି।

ବିଭିନ୍ନ ସମୟରେ ରୋଗୀମାନେ ଅତ୍ୟାବର୍ଷ୍ୟକ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ଏପରିକି ବାରିପଦାଠାରୁ ବହୁ ଦୂରରେ ଥିବା ଏହି ଦୁଇଟି ଉପଖ୍ତଣ୍ଡ ଅବସ୍ଥିତ ଥିବାରୁ ଟିବି ଔଷଧ, ଆଇରନ ବଟିକା, ମ୍ୟାଲେରିଆ ଔଷଧ,ସାପ କାମୁଡା ଔଷଧ, କୁକୁର କାମୁଡ଼ା ଇଞ୍ଜେକ୍ସନ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଔଷଧ ସଠିକ ସମୟରେ ଯୋଗାଇବା ସମ୍ଭବ ହୋଇପାରୁନାହିଁ। ଏଥି ନିମନ୍ତେ ଜନସାଧାରଣ ରାରରଙ୍ଗପୁର ଠାରେ ଆଉ ଗୋଟିଏ ଜିଲ୍ଲାସ୍ତରୀୟ ଔଷଧ ଉଣ୍ଡାର ନିର୍ମାଣ ଦାବି କରିଛନ୍ତି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତି ଶୀଘ୍ର   ନୂତନ ଔଷଧ ଭଣ୍ଡାର ନିର୍ମାଣ କରାଯାଉ ବୋଲି ଦାବି ହୋଇଆସୁଛି। 

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe