ଘୁ.ଉଦୟଗିରି: ପ୍ରକୃତି ଖୁନ୍ଦି ଦେଇଛି। ହେଲେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତାର ଉପଯୋଗ କରିପାରୁନାହାନ୍ତି ଯଦ୍ବାରା ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୁକାୟିତ ଅବସ୍ଥାରେ ପଡ଼ିରହିଛି। ପ୍ରକୃତି କନ୍ଧମାଳ ଜିଲ୍ଲାରେ ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁନ୍ଦି ଦେଇଛି। ଲୁକ୍କାୟିତ ଅବସ୍ଥାରେ ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି। ସେଥି ମଧ୍ୟରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମ ନିକଟରେ ଥିବା ଏକ ବିଶାଳ ଜଳପ୍ରପାତକୁ ଗ୍ରାମର ଯୁବକମାନେ ଖୋଜି ବାହାର କରିଥିଲେ ୨୦୨୦ କରୋନା ମହାମାରୀ ସମୟରେ।

Advertisment

ଘଞ୍ଚ ଜଙ୍ଗଲ ପାହାଡ଼-ପର୍ବତ ଘେରା ଏଭଳି ଏକ ସ୍ଥାନ; ଯେଉଠିକୁ କେହି ବି ଥରେ ଗଲେ ବାରମ୍ବାର ଯିବାକୁ ମନ ହେବ।ଲୁକ୍କାୟିତ ଅବସ୍ଥାରେ ଥିବା ଏଭଳି ଏକ ଜଳପ୍ରପାତ ବିଷୟରେ ସ୍ଥାନୀୟ ଯୁବକମାନେ ପ୍ରକାଶ କରିବା ପରେ ବର୍ତ୍ତମାନ ସେଇ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ଦୀର୍ଘ ସମୟ ସେଇ ସ୍ଥାନରେ ରହି ଜଳପ୍ରପାତରେ ଗାଧୋଇବାର ମଜ୍ଜା ଉଠେଇବା ସହ ଭୋଜିଭାତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଫୋଟ ଉଠାଇ ସେଲଫି ନେଇ ବେଶ ଉପଭୋଗ କରୁଛନ୍ତି।

ପ୍ରକୃତରେ ରାଜାଗାଡ଼ା ଜଳପ୍ରପାତରେ ପ୍ରକୃତି ରାଣୀ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିମୋହିତ କରିଛି। ବିରାଟ ଜଳପ୍ରପାତ ସାଙ୍ଗକୁ ସୁଉଚ୍ଚ ପାହାଡ଼ ପର୍ବତ ଘଞ୍ଚଜଙ୍ଗଲ ସୂର୍ଯ୍ୟଉଦୟ ସାଙ୍ଗକୁ ସୂର୍ଯ୍ୟଅସ୍ତର ଦୃଶ୍ୟ ବେଶ ମନୋରମ। ଏଭଳି ଏକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ସ୍ଥାନୀୟ ପ୍ରଶାସନ ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଥିଲା। ଏହି ସ୍ଥାନଟିର ଉନ୍ନତୀକରଣ ସହ ସ୍ଥାନୀୟ ଜଳପ୍ରପାତ ନିକଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା କରିବା ସହ ଲୁକ୍କାୟିତ ଅବସ୍ଥାରେ ଥିବା ରାଜାଗାଡ଼ା ଜଳପ୍ରପାତ ବିଷୟରେ ପ୍ରଚାର ପ୍ରସାର କରିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସ୍ଥାନୀୟ ଅଞ୍ଚଳର ଉନ୍ନତି ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଚୂଡାନ୍ତ ପ୍ରକଳ୍ପ ପ୍ରସ୍ତୁତ କରି ପଠେଇବା ସହ ସମ୍ପୂର୍ଣ୍ଣ ଜଳପ୍ରପାତ ଅଂଚଳର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇ  ଆସୁଥିଲେ ମଧ୍ୟ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛନ୍ତି।

ପ୍ରକୃତରେ ରାଜାଗାଡ଼ା ଜଳପ୍ରପାତରେ ପ୍ରକୃତି ରାଣୀ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିମୋହିତ କରିଛି। ବିରାଟ ଜଳପ୍ରପାତ ସାଙ୍ଗକୁ ସୁଉଚ୍ଚ ପାହାଡ଼ ପର୍ବତ ଘଞ୍ଚଜଙ୍ଗଲ ସୂର୍ଯ୍ୟଉଦୟ ସାଙ୍ଗକୁ ସୂର୍ଯ୍ୟଅସ୍ତର ଦୃଶ୍ୟ ବେଶ ମନୋରମ। ଏଭଳି ଏକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ସ୍ଥାନୀୟ ପ୍ରଶାସନ ଆଗ୍ରହ ପ୍ରକାଶ କରିବାର ଆବଶ୍ୟକତା ରହିଥିଲା।

ପ୍ରଥମତଃ ଜଳପ୍ରପାତକୁ ରାସ୍ତା ନିର୍ମାଣ ମୁଖ୍ୟ ଦାବି ଥିବା ବେଳେ ଏହି ରାସ୍ତା ନିର୍ମାଣ ପ୍ରତି କାହାର ଆନ୍ତରିକତା ନଥିବା ଭଳି ମନେ ହେଉଛି। କାରଣ ଏହି ଲୁକ୍କାୟିତ ଜଳପ୍ରପାତକୁ ୪ବର୍ଷ ହେଲା ଲୋକଲୋଚନକୁ ଆସିବା ପରେ ମଧ୍ୟ କୌଣସି ବିକାଶ ନ ହେବା ସମସ୍ତଙ୍କୁ ଚକିତ କରିଛି। ସ୍ଥାନୀୟ ରାଜାଗାଡ଼ା ଜଳପ୍ରପାତକୁ ଯିବାକୁ ହେଲେ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାସ୍ତା କଡେ ରାଇପଦା ଛକ ପଡ଼େ ସେ ଛକରୁ କୁରୁମିଙ୍ଗିଆ ଗାଁକୁ ରାସ୍ତା ମାତ୍ର ଏକ କିମି ଗଲେ। ସେଇ ଠାରୁ ତିନି କିମି ଜଙ୍ଗଲ ରାସ୍ତାରେ ଗଲେ ଏହି ଜଳପ୍ରପାତ ପଡ଼େ।

ସ୍ଥାନୀୟ ଘୁ.ଉଦୟଗିରି ସହରରୁ ୮କିମି ଦୂରତା ହେଉଥିବା ବେଳେ କଳିଙ୍ଗାରୁ ୫କିମି ଦୂର। ବର୍ତମାନ ସମୟରେ ଜଳପ୍ରପାତ ନିକଟକୁ ଯିବା ନିମନ୍ତେ ପକ୍କା ରାସ୍ତା ନାହିଁ ଏଣୁ ଗ୍ରାମ୍ୟଉନୟନ ବିଭାଗ ରାସ୍ତା ଠାରୁ ଜଳପ୍ରପାତ ସ୍ଥଳୀକୁ ଚାଲି ଯିବାକୁ ପଡେ। ଏହି ଜଳପ୍ରପାତ ବିଷୟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରଚାର ହେଉଛି। ପ୍ରତ୍ୟକ ଦିନ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଜଳପ୍ରପାତ ନିଜଟକୁ ଯାଉଛନ୍ତି ପ୍ରଶାସନ ପକ୍ଷରୁ ଯଦି ଏହି ଜଳପ୍ରପାତ ଅଂଚଳର ବିକାଶ କରାଯିବ ତାହା ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟିବା ସହ ସ୍ଥାନୀୟ ଯୁବକ ମାନେ ପର୍ଯ୍ୟଟନ ନିମନ୍ତେ ନିଯୁକ୍ତି ସୁଯୋଗ ପାଇପାରିବେ।

ଏହି ପାଠ ପଢ଼ନ୍ତୁ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଖୁନ୍ଦି ହୋଇଛି ରାଜାଗାଡ଼ା ଜଳପ୍ରପାତ