ଆଶ୍ରମ ସ୍କୁଲ୍‌ରୁ ରାତିରେ ଛାତ୍ରୀଙ୍କୁ କାର୍‌ରେ ବାହାରକୁ ନିଆଯାଇଥିବା ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଳକ୍ କାଣ୍ଡସର ଆଶ୍ରମ ସ୍କୁଲ୍ ଛାତ୍ରୀ ନିବାସର ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଲରେ ଚାଷ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଥିଲା।

IMG-20250724-WA0391

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଳକ୍ କାଣ୍ଡସର ଆଶ୍ରମ ସ୍କୁଲ୍ ଛାତ୍ରୀ ନିବାସର ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଲରେ ଚାଷ କାର୍ଯ୍ୟରେ ନିୟୋଜିତ କରିବା ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଥିଲା। ଉକ୍ତ ଘଟଣାରେ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି। ତେବେ ଉକ୍ତ ଘଟଣା ଥଣ୍ଡା ନ ହେଉଣୁ ଆଉ ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଉକ୍ତ ଛାତ୍ରୀ ନିବାସର ଛାତ୍ରୀମାନଙ୍କୁ ରାତିରେ ଏକ କାରରେ ବାହାରକୁ ନିଆଯାଉଥିଲା ବୋଲି ଗାମବାସୀ ଅଭିଯୋଗ ଆଣିଛନ୍ତି। 

ଛାତ୍ରୀମାନଙ୍କୁ ବାହାରକୁ ନେବା ସମୟରେ ଛାତ୍ରୀମାନେ କାନ୍ଦୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ରାତିରେ ତାଙ୍କୁ କୁଆଡ଼େ ଏବଂ କାହିଁକି ନିଆଯାଉଥିଲା। ତାହା ସନ୍ଦେହ ଘେରରେ ରହିଛି। ରାତିରେ ଛାତ୍ରୀମାନଙ୍କୁ ଛାତ୍ରୀ ନିବାସ ପରିସରରୁ ବାହାରକୁ ଯିବା ପାଇଁ ନିଷେଧ ଥିବା ବେଳେ ଫାଟକ ବାହାରକୁ କିଏ ଏବଂ କାହିଁକି ନେଉଥିଲେ? ଛାତ୍ରୀ ନିବାସ ନିୟମ ଭଙ୍ଗ କୁଆଡ଼େ ନେଉଥିଲେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ମେଟ୍ରୋନଙ୍କୁ ମଧ୍ୟ ନିଲମ୍ବିତ କରାଯାଉ ବୋଲି ଦାବି ହେଉଛି। ଏନେଇ ଜାମଦା ଏବିଇଓ ପ୍ରତାପ ଚନ୍ଦ୍ର ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ ନିଜ ମତରେ କହିଲେ ଯେ ଜାମଦା ଡବ୍ଲୁଇଓ ଶୁଭାଶିଷ ଦାସ ଡିଡବ୍ଲୁଇଓଙ୍କୁ ପ୍ରଧାନଶିକ୍ଷକ ଓ ମେଟ୍ରୋନଙ୍କୁ ଅନ୍ୟତ୍ର ବଦଳି ପାଇଁ ଚିଠି କରିଛନ୍ତି। ତେବେ ଘଟଣାର ସତ୍ୟତା କଣ ତାହା ଉଚ୍ଚ ସ୍ତରୀୟ ତଦନ୍ତ ପରେ ଜଣାପଡ଼ିବ?

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe