ତଳ ମହଲାରେ ପରିବାର ଲୋକ, ଉପର ମହଲାରୁ ଲୁଟିଲେ ଦୁର୍ବୁତ୍ତ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକରୁ ଗ୍ରାମ ଭିତରକୁ ଯାଇଥିବା ରାସ୍ତା ପାର୍ଶ୍ୱସ୍ଥ ଏକ ଘରେ ପରିବାର ଲୋକ ତଳ ମହଲାରେ ଥିବାବେଳେ ସନ୍ଧ୍ୟା ୮ଟା ସମୟରେ ଉପର ମହଲାରୁ ଦାମୀ ଏଲଇଡି ଟିଭି ସହିତ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟିନେଲେ ଦୁର୍ବୁତ୍ତ।

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକରୁ ଗ୍ରାମ ଭିତରକୁ ଯାଇଥିବା ରାସ୍ତା ପାର୍ଶ୍ୱସ୍ଥ ଏକ ଘରେ ପରିବାର ଲୋକ ତଳ ମହଲାରେ ଥିବାବେଳେ ସନ୍ଧ୍ୟା ୮ଟା ସମୟରେ ଉପର ମହଲାରୁ ଦାମୀ ଏଲଇଡି ଟିଭି ସହିତ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟିନେଲେ ଦୁର୍ବୁତ୍ତ।

baisinga

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକରୁ ଗ୍ରାମ ଭିତରକୁ ଯାଇଥିବା ରାସ୍ତା ପାର୍ଶ୍ୱସ୍ଥ ଏକ ଘରେ ପରିବାର ଲୋକ ତଳ ମହଲାରେ ଥିବାବେଳେ ସନ୍ଧ୍ୟା ୮ଟା ସମୟରେ ଉପର ମହଲାରୁ ଦାମୀ ଏଲଇଡି ଟିଭି ସହିତ ଅନ୍ୟାନ୍ୟ ଜିନିଷ ପତ୍ର ଲୁଟିନେଲେ ଦୁର୍ବୁତ୍ତ।

ସୂଚନା ଅନୁଯାଇ ସୋମବାର ସନ୍ଧ୍ୟା ୭ଟା ସମୟରେ ଗଡ଼ଦେଉଳିଆ ଗ୍ରାମର କ୍ଷିତୀଶ ଚନ୍ଦ୍ର ସ୍ୱାଇଁ ନିଜର କିଛି ଜରୁରୀ ଔଷଧ ଆଣିବାକୁ ସ୍ଥାନୀୟ ଗଡ଼ଦେଉଳିଆଛକସ୍ଥିତ ଔଷଧ ଦୋକାନକୁ ବାହାରି ଯାଇଥିଲେ। ଉକ୍ତ ସମୟରେ ତାଙ୍କ ସ୍ତ୍ରୀ ଅଞ୍ଜନା ଉପର ମହଲା ଘରେ ଲାଗିଥିବା ଏଲଇଡି ଟିଭି ଦେଖୁଥିଲା ଓ ପରେ ସନ୍ଧ୍ୟା ପ୍ରାୟ ୭. ୧୫ମିନିଟ ସମୟରେ ଟିଭି ବନ୍ଦ କରି ତଳ ମହଲା ଘରକୁ ରୋଷେଇ କରିବାକୁ ଆସିଥିଲେ।

କ୍ଷିତୀଶ ଘରକୁ ଫେରିବାପରେ ଦୁହେଁ ତଳେ ରାତ୍ରି ଭୋଜନ ସାରି ଉପର ମହଲା ଘରକୁ ଶୋଇବାକୁ ଯାଇ ଦେଖିବାକୁ ପାଇଥିଲେ କି ଘର ପୁରା ଅନ୍ଧାର ଅଛି ଓ କବାଟ ଖୋଲା ପଡ଼ିଛି। ପରେ ଲାଇଟ୍‌ ଅନ୍‌ କରି ଦେଖିବାକୁ ପାଇଲେ କି ତାଙ୍କ ଏଲଇଡି ଟିଭି ଲାଗିଥିବା ସ୍ଥାନରେ ନାହିଁ  ଏବଂ ପରେ ଜାଣିବାକୁ ପାଇଥିଲେ କି କେହି ଦୁର୍ବୁତ୍ତ ତାଙ୍କ ବାଡ଼ି ପଛପଟୁ ଆସି ଏକ ସିଡ଼ି ମାଧ୍ୟମରେ ଉପର ମହଲାକୁ ଯାଇଛି ଓ ଘରେ ଥିବା ଦାମୀ ଏଲଇଡି ଟିଭି ସମେତ ଅନ୍ୟାନ୍ୟ ଆସବାପତ୍ର ମଧ୍ୟ ଚୋରାଇ ନେଇଛି।

ଏନେଇ କ୍ଷିତୀଶ ବୈଶିଙ୍ଗା ଥାନାରେ ଗତକାଲି ଏକ ଲିଖିତ ଅଭିଯୋଗ ପରେ ବି ଏଯାବତ ପୁଲିସ ପକ୍ଷରୁ ଘଟଣା ସ୍ଥଳକୁ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି କ୍ଷିତୀଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe