ବାଙ୍କୀ: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ।ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ।
ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ
ଆହୁରି ପଢ଼ନ୍ତୁ: KIIT Dead Body Student ‘କିଟ୍’ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ
ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କଠାରୁ ପେଟ୍ରୋଲ ବୋତଲ ଛଡାଇ ନେବା ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ
ଯଦି ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ପୁନର୍ବାର ଆତ୍ମାହୁତି ଦେବେ ବୋଲି ସସ୍ମିତା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/fire-2025-09-23-02-23-31.jpg)