ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ; ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

Advertisment

ସ୍ୱାମୀ ଅଚାନକ ଆସି ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘରଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି।

Attack

Photo: The Week

କାଲିମେଳା: ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ। ଗୁରୁତର ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ହେଲେ ମୋନିକା ମିର୍ଦ୍ଧା। ଅଭିଯୁକ୍ତ ହେଲେ ବିଭାସ ମିର୍ଦ୍ଧା।

ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗ୍ରାମରେ ପାରିବାରିକ କଥାକୁ ନେଇ ବିବାଦ ଦେଖାଯାଇଥିଲା। ଆଜି ପୂର୍ବାହ୍‌ଣ ପ୍ରାୟ ୧୦ଟା ସମୟରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ମହିଳା ଜଣଙ୍କ କିଛି ଦିନ ହେଲା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହି ଆସୁଥିଲେ।

ତେବେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ମହିଳା ଜଣଙ୍କ ଘରେ ରହିଥିବା ବେଳେ ସ୍ୱାମୀ ଅଚାନକ ଆସି ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି।

ଅନ୍ୟପଟେ ସ୍ୱାମୀ ବିଭାସ ମିର୍ଦ୍ଧା କାଲିମେଳା ଥାନାରେ ଆତ୍ମସମର୍ପଣ କରିଛି ବୋଲି ପୁଲିସ ସୂତରୁ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe