କାର୍‌ରେ ଦେଶୀ ମଦ ଚୋରାଚାଲାଣ; ବନ୍ଧାହେଲା ଅଭିଯୁକ୍ତ

Advertisment

କାର୍‌ରେ ଦେଶୀ ମହୁଲି ମଦକୁ ଚୋରାଚାଲାଣ କରୁଥିବାବେଳେ ପାଟ୍ରୋଲିଂ କରୁଥିବା ପୁଲିସ ହାତରେ ଧରାପଡ଼ିଯାଇଛି ଅଭିଯୁକ୍ତ। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ମାଲଗୋଦାମ ସର୍ଦ୍ଦାର ବସ୍ତିର ଅଭିଯୁକ୍ତ ବିଶ୍ବଜିତ ପାତ୍ର (୨୬)କୁ ଗିରଫକରି କୋର୍ଟଚାଲାଣ କରିଛି।

aee576e7-3efb-4178-8db4-12d83bf4bfe2

ରାଉରକେଲା: କାର୍‌ରେ ଦେଶୀ ମହୁଲି ମଦକୁ ଚୋରାଚାଲାଣ କରୁଥିବାବେଳେ ପାଟ୍ରୋଲିଂ କରୁଥିବା ପୁଲିସ ହାତରେ ଧରାପଡ଼ିଯାଇଛି ଅଭିଯୁକ୍ତ। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ମାଲଗୋଦାମ ସର୍ଦ୍ଦାର ବସ୍ତିର ଅଭିଯୁକ୍ତ ବିଶ୍ବଜିତ ପାତ୍ର (୨୬)କୁ ଗିରଫକରି କୋର୍ଟଚାଲାଣ କରିଛି।

ଅଭିଯୁକ୍ତ ପାଖରୁ ସାଢେ ୪ କ୍ବିଣ୍ଟାଲ ଦେଶୀ ମଦ ସହ କାର୍‌ (ଓଆର୍‌-୧୪କେ-୧୮୦୭)କୁ ଜବତ କରିଛି। ସୂଚନା ଅନୁସାରେ, ରବିବାର ପୂର୍ବାହ୍ନରେ ଅଭିଯୁକ୍ତ କାର୍‌ରେ ଦେଶୀ ମଦ ଚୋରାଚାଲାଣ କରୁଥିଲା। ସେକ୍ଟର ଅଞ୍ଚଳରୁ ମଦକୁ ଆଣି ମାଲଗୋଦାମ ଆଡ଼କୁ ନେଉଥିଲା। ଏତିକି‌ବେଳେ ପାଟ୍ରୋଲିଂ କରୁଥିବା ପୁଲିସ୍‌କୁ ଦେଖି ଅଭିଯୁକ୍ତ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରିଥିଲା। ପୁଲିସର ସନ୍ଦେହ ଜାତ ହେବାସହ ବିଏସ୍‌ଏନ୍‌ଏଲ୍‌ ଛକରେ ଅଭିଯୁକ୍ତକୁ ଅଟକାଇଥିଲା। ପରେ ଗାଡ଼ି ଯାଞ୍ଚକରିବାରୁ ମଦ ଚୋରାଚାଲାଣ କରୁଥିବା ଜଣାପଡ଼ିଥିଲା।

Rourkela | Wine

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe