ମଦର ବନ୍ୟା: ଅବକାରୀ ବିଭାଗ ରାସ୍ତାରେ ଧରୁଛି, ଢ଼ାବାକୁ ଡରୁଛି!

Advertisment

ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅଞ୍ଚଳରେ ଯୁଆଡେ ଯିବ ଖାଲି ମଦ। ଏହି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବନ୍ୟା ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅଞ୍ଚଳରେ ଯୁଆଡେ ଯିବ ଖାଲି ମଦ। ଏହି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବନ୍ୟା ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ୪ଟି ଉପାୟ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅଞ୍ଚଳରେ ଯୁଆଡେ ଯିବ ଖାଲି ମଦ। ଏହି ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦର ବନ୍ୟା ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ବାଉଁଶୁଣି ଥାନା ଅର୍ନ୍ତଗତ ବଜାର ଅଞ୍ଚଳରେ ଦେଶୀ ଓ ବିଦେଶୀ ମଦ ଯାହାକୁ ଯେତେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ବୌଦ୍ଧ ଥାନା ଅଞ୍ଚଳରେ ଥିବା ଢ଼ାବା ଗୁଡିକରେ ମଦ ବିକ୍ରି ନକରିବା ପାଇଁ ଢ଼ାବା ମାଲିକ ଓ ପୁଲିସ ବିଭାଗ ମଧ୍ୟରେ ଏକ ବୈଠକ ହୋଇସାରି ଥିବାବେଳେ ବାଉଁଶୁଣି ଥାନା ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଏଭଳି ବୈଠକ ହୋଇନଥିବା ଜଣାପଡିଛି। ଏଠାରେ ଗୋଟିଏ ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଓ ଗୋଟିଏ ଠିପିବନ୍ଦ ବିଦେଶୀ ମଦଦୋକାନ ରହିଛି। ଏହି ଠିପି ବନ୍ଦ ବିଦେଶୀ ଦୋକାନଟି ଛେଳିବାହାଲ ବାଇପାସ ରାସ୍ତାରେ ଖୋଲା ହେବା ଦିନ ଠାରୁ ଏହି ବାଇପାସ ରାସ୍ତାଟି ଲୋକଙ୍କ ପାଇଁ ଅମଡା ବାଟ ହୋଇଯାଇଛି। କାରଣ ଏହି ରାସ୍ତା କଡ଼ରେ ବସି ମଦ୍ୟପମାନେ ଦିନ ରାତି ମଦ୍ୟପାନ କରୁଥିବାରୁ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଯିବାଆସିବା କରିବା ପାଇଁ ଭୟ କରୁଛନ୍ତି।

ଏହାଛଡା ଦୈନିକ ବଜାର ରୋଡ଼, ଗୁନ୍ଦୁଳିଆ ରୋଡ଼, ଡାକବଙ୍ଗଳା ଛକ, ମାଉଳିମୁଣ୍ଡା ଛକ, ଦନ୍ତାପାଲି, ବୈଦ୍ୟନାଥପୁର ମଦଭାଟି ଆଦି ଅଞ୍ଚଳରେ ଥିବା ଢ଼ାବା ଓ ଚିକେନ୍ ଦୋକାନ ସହିତ ଅଁଳାପାଲି, ବହିରା, ସଦେଇପୁର, ଜୁରାମୁଣ୍ଡା, ବାଦୀକଟା, ଗୋଛାପଡା, ମଲ୍ଲିକପଡା ଆଦି ସ୍ଥାନମାନଙ୍କରେ ଦେଶୀ-ବିଦେଶୀ କୁଚିଆ ମଦର ବନ୍ୟା ହେଉଛି।

ଜିଲ୍ଲା ଅବକାରୀ ବିଭାଗ ବୁଲିବୁଲି ଗାଁରାସ୍ତାରେ ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ମଦ ଜବତ କରିବା ସହ ମହୁଲ ପୋଚ ନଷ୍ଟ କରୁଛି। ହେଲେ ଏହି ସବୁ ଢ଼ାବା ଓ କୁଚିଆ ମଦ ଦୋକାନରୁ କେମିତି ମଦ ଜବତ ହେଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରୁ ଅବକାରୀ ବିଭାଗର ପାରିବାପଣିଆ ସହଜରେ ସ୍ପଷ୍ଟ ବାରି ହୋଇପଡୁଛି। ମାସିକ କୋଟା କାରବାର ଯୋଗୁଁ ବୁଝାମଣା ଭାବେ ଏସବୁ ବେପାର ଖୁଲମଖୁଲା ଭାବେ ନିର୍ଭୟରେ ଚାଲିଛି ବୋଲି ଲୋକେ କହିବା ସହ ସର୍ବସାଧାରଣରେ ତୀବ୍ର ସମାଲୋଚନା ମଧ୍ୟ ପ୍ରକାଶ ପାଇଛି। 

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe