ଭୁବନେଶ୍ବରରେ ଯୁବତୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲା ଡେଲିଭରି ବୟ

Advertisment

ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ମଗାଉଥିଲେ ସାବଧାନ। କେତେବେଳେ ଯେ ଅଘଟଣର ଶିକାର ନହେବେ ତାହା କହିହେବ ନାହିଁ। ଅନ୍‌ଲାଇନ୍‌ ଅର୍ଡର ଡେଲିଭରି କରୁଥିବା ବ୍ୟକ୍ତିମାନଙ୍କ ପାଖରେ ମାରଣାସ୍ତ୍ର ଥାଇପାରେ।

ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ମଗାଉଥିଲେ ସାବଧାନ। କେତେବେଳେ ଯେ ଅଘଟଣର ଶିକାର ନହେବେ ତାହା କହିହେବ ନାହିଁ। ଅନ୍‌ଲାଇନ୍‌ ଅର୍ଡର ଡେଲିଭରି କରୁଥିବା ବ୍ୟକ୍ତିମାନଙ୍କ ପାଖରେ ମାରଣାସ୍ତ୍ର ଥାଇପାରେ।

attack

ଭୁବନେଶ୍ବର: ଅନ୍‌ଲାଇନ୍‌ ମାଧ୍ୟମରେ ଖାଦ୍ୟ ମଗାଉଥିଲେ ସାବଧାନ। କେତେବେଳେ ଯେ ଅଘଟଣର ଶିକାର ନହେବେ ତାହା କହିହେବ ନାହିଁ। ଅନ୍‌ଲାଇନ୍‌ ଅର୍ଡର ଡେଲିଭରି କରୁଥିବା ବ୍ୟକ୍ତିମାନଙ୍କ ପାଖରେ ମାରଣାସ୍ତ୍ର ଥାଇପାରେ। ଅଯଥାରେ ତାଙ୍କ ସହିତ ଯୁକ୍ତି କଲେ ଜୀବନ ମଧ୍ୟ ନେବାକୁ ସେମାନେ ପଛାଇବେ ନାହିଁ। ରାଜଧାନୀ ଭୁବନେଶ୍ବରରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। 

ସୂଚନା ଅନୁସାରେ ଭରତପୁର ଥାନା ଅଧୀନ ଶାମପୁର ଅଞ୍ଚଳର ଜଣେ ମହିଳା ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଡେଲିଭରି ବୟ ଜଣକ ଠିକ୍‌ ସମୟରେ ମହିଳାଙ୍କୁ ଖାଦ୍ୟ ଯୋଗାଇପାରି ନଥିଲେ। ‌ଖାଦ୍ୟ ବିଳମ୍ବରେ ଆସିବାରୁ ମହଳା ଜଣକ ବିରକ୍ତି ପ୍ରକାଶ କରିଥିଲେ। ଏନେଇ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଡେଲିଭରି ବୟ ଜଣକ ଉତ୍‌କ୍ଷିପ୍ତ ହୋଇ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି।

ଆକ୍ରମଣରେ ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଛି। ଫଳରେ ମହିଳା ଜଣକ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୁଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Bhubaneswar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe