ଭାଇବୋହୂଙ୍କୁ ପ୍ରାଣାନ୍ତକ ଆକ୍ରମଣ ପରେ ଦେଢ଼ଶୁର କଲା ଆତ୍ମସମର୍ପଣ

ଦେଢ଼ଶୁରର ଟାଙ୍ଗିଆ ଚୋଟରେ ଭାଇବୋହୂ ଗୁରୁତର। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ଡେଣୁଅଁ ପଞ୍ଚାୟତ ବେହେରାସାହି ଗ୍ରାମରେ ଏହି ଅଘଟଣ ଘଟିଛି। ଘରୋଇ କଳହକୁ ନେଇ ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ବାମନାଳ: ଦେଢ଼ଶୁରର ଟାଙ୍ଗିଆ ଚୋଟରେ ଭାଇବୋହୂ ଗୁରୁତର। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ଡେଣୁଅଁ ପଞ୍ଚାୟତ ବେହେରାସାହି ଗ୍ରାମରେ ଏହି ଅଘଟଣ ଘଟିଛି। ଘରୋଇ କଳହକୁ ନେଇ ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଜି ପୁଣି ସେହି ବିବାଦ ନେଇ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ହେଉଥିଲା।

ବଡଭାଇ ପବିତ୍ର ବେହେରା ରାଗିଯାଇ ଏକ ଟାଙ୍ଗିଆରେ ଭାଇବୋହୂଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଭାଇବୋହୂ ସୁପ୍ରଭା ବେହେରା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।

ବଡଭାଇ ପବିତ୍ର ବେହେରା ରାଗିଯାଇ ଏକ ଟାଙ୍ଗିଆରେ ଭାଇବୋହୂଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଭାଇବୋହୂ ସୁପ୍ରଭା ବେହେରା ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଏପଟେ ଭାଇବୋହୂକୁ ଆକ୍ରମଣ ପରେ ଦେଢ଼ଶୁର ଥାନାରେ ଆତ୍ମସମର୍ପଣ କରିଥିବା ନିମାପଡ଼ା ଆଇଆଇସି ବାମଦେବ ସ୍ବାଇଁ ପଚାରିବାରେ ସେ ସୁଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe