ରାଜଗାଙ୍ଗପୁର: କ୍ରୋଧ ମନୁଷ୍ୟକୁ ଅତି ନିମ୍ନସ୍ତରକୁ ନେଇଯାଇଥାଏ। କ୍ରୋଧ ଯୋଗୁଁ ପରିବାର ଉଜୁଡ଼ି ଯାଇଥାଏ। ପିଲାଛୁଆମାନଙ୍କର ପରିଚୟ ମଧ୍ୟ ପ୍ରଭାବିତ ହୋଇଥାଏ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦଂପତିଙ୍କ କଳହ ଉଗ୍ରରୂପ ନେଇଛି। ଉତ୍ତେଜିତ ମହିଳା ନିଜ ସ୍ବାମୀର ଗୁପ୍ତାଙ୍ଗକୁ କାଟି ଦେଇଛି।
ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ହୋଇଥିଲା। କଳି ପରେ ସ୍ବାମୀ ନିଘୋଡ଼ ନିଦ୍ରାରେ ଶୋଇଥିଲେ। ଏହି ସମୟରେ ମହିଳା ଜଣକ ଉଗ୍ରରୂପ ଧାରଣ କରିଥିଲେ। ସେ ଏକ ଧାରୁଆ ଅସ୍ତ୍ରରେ ସ୍ବାମୀଙ୍କ ଗୁପ୍ତାଙ୍ଗକୁ କାଟି ଦେଥିଲେ।
ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କୁଟୁଣିଆ ପଞ୍ଚାୟତ ଅଞ୍ଚଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ପାରିବାରିକ କଳହ ଲାଗିରହିଥିଲା। ଗତ ମଙ୍ଗଳବାର ମଧ୍ୟ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଯାହା ଫଳରେ ଅପରାହ୍ଣରେ ସ୍ୱାମୀ ଘରେ ଶୋଇଥିବା ବେଳେ ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଘଟଣା ପରେ ସ୍ୱାମୀଙ୍କ ପରିବାର ଲୋକ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଉଭୟ ସୁସ୍ଥ ହୋଇ ଫେରିବା ପରେ ସ୍ବାମୀଙ୍କ ଭାଉଜ ଥାନାରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
sundargarh
Follow Us