ମାଓ ସଂଗଠନର କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ ଚିଫ୍ ଥିଲା ରେଣୁକା

ସୀମାନ୍ତ ଛତିଶଗଡ଼ରେ ଲଗାତାର ଅପରେସନ ଜାରି ରହିଥିବା ବେଳେ ପୁଲିସକୁ ମଧ୍ୟ ସଫଳତା ମିଳିବାରେ ଲାଗିଛି। ଗତ ଦୁଇ ଦିନ ତଳେ ୧୭ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ରବିବାର ଜଣେ ଆଗଧାଡ଼ିର ନକ୍ସଲ ନିହତ ହୋଇଥିଲା।

ଅଦ୍ୟତନ ହୋଇଛି
Hardcore4 naxal dead

Hardcore4 naxal dead Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲଗାତାର ଅପରେସନ ଜାରି ରହିଥିବା ବେଳେ ପୁଲିସକୁ ମଧ୍ୟ ସଫଳତା ମିଳିବାରେ ଲାଗିଛି। ଗତ ଦୁଇ ଦିନ ତଳେ ୧୭ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ରବିବାର ଜଣେ ଆଗଧାଡ଼ିର ନକ୍ସଲ ନିହତ ହୋଇଥିଲା। ଆଜି ପୁଣି ଦନ୍ତେୱାଡ଼ା ଓ ବିଜାପୁର ସୀମାନ୍ତରେ ନକ୍ସଲ ସହ ଗୁଳିବିନିମୟରେ ଆଉ ଜଣେ ଦୁର୍ଦ୍ଦାନ୍ତ ମହିଳା ନକ୍ସଲର ମୃତ୍ୟୁ ହୋଇଛି।

ବିଶେଷ ସୂତ୍ରରୁ ଖବର ପାଇ ଦନ୍ତେୱାଡ଼ା ଜିଲ୍ଲା ପୁଲିସ, ଡିଆରଜି, ବସ୍ତର ଫାଇଟର୍ସ ଦନ୍ତେୱାଡ଼ା ଓ ବିଜାପୁର ସୀମାନ୍ତବର୍ତ୍ତୀ ଗ୍ରାମ ନେଲଗୋଡ଼ା, ଇକେଲି, ବେଲନାର ମଧ୍ୟ ଜଂଗଲରେ ଚଢ଼ଉ କରିଥିଲେ। ନକ୍ସଲର ଏକ ବଡ଼ ଟିମ ଏଠାରେ ଲୁଚି ରହିଥିବା ଜାଣିବା ପରେ ଗତସାରି ରାତିରେ ଚଢଉ ହୋଇଥିଲା। ଆଜି ସକାଳୁ ପୁଲିସ ସହ ନକ୍ସଲଙ୍କର ମୁହାଁ ମୁହିଁ ହେବା ଫଳରେ ଦୁହିଁଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ନକ୍ସଲ ସଂଗଠନର ଆଗଧାଡିର ମହିଳା ନକ୍ସଲର ମୃତ୍ୟୁ ହୋଇଥିଲା। ଏଥିସହ ଘଟଣାସ୍ଥଳରୁ ଇନସାସ ରାଇଫଲ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି।

ମୃତ ମହିଳା ନକ୍ସଲ ଚିହ୍ନଟ ହୋଇଛି। ସେ ହେଲା ରେଣୁକା ଅରଫ ଭାନୁ ଅରଫ ଦମୟନ୍ତି ଅରଫ ସରସ୍ବତୀ ଅରଫ ଚେତେ। ବୟସ ୪୯ ବର୍ଷ। ମାଓ ସଂଗଠନର କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁର ଚିଫ୍ ଏବଂ ପ୍ରେସ୍‌ ଟିମ୍‌ ଇନଚାର୍ଜ ଥିଲା। ରେଣୁକାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ, ଏଲଏଲବି। ନକ୍ସଲ ସଂଗଠନର ପ୍ରେସ ବିଜ୍ଞପ୍ତି ଜାରି କରିବା, ପତ୍ରିକା ପ୍ରଭାତ, ମହିଳା ମାର୍ଗମ, ଆବାମି ଜଂଗ, ପିପୁଲସ ମାର୍ଚ୍ଚ, ପଡ଼ିଆରି ପୋଲୋ, ଝଙ୍କାର, ସଂଘର୍ଷରତ ମହିଳା, ପିତୁରି, ମିଣ୍ଡଗୁର, ଭୁମକାଲର ସେ ସଂପାଦିକା ଥିଲେ। 

ରେଣୁକା ୧୯୯୬ରେ ମାଓ ସଂଗଠନରେ ସାମିଲ ହୋଇ କାମ ଆରମ୍ଭ କରିଥିଲା। ତାର କାମରେ ଖୁସି ହୋଇ ସଂଗଠନ ଧୀରେଧୀରେ ପଦନ୍ନୋତି ଦେଇ ଚାଲିଥିଲା। ତେଲେଙ୍ଗାନାରେ ତାର ନାମରେ ୨୦ ଲକ୍ଷର ପୁରସ୍କାର ଘୋଷଣା ହୋଇଥିବା ବେଳେ ଛତିଶଗଡ଼ରେ ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା।

ରେଣୁକାର ଭାଇ ବି କେ ପ୍ରସାଦ ତେଲେଙ୍ଗାନାରେ ୨୦୧୪ରେ ଆତ୍ମସମର୍ପଣ କରିଥିଲା। ୨୦୦୫ରେ ସେଣ୍ଟ୍ରାଲ କମିଟି ମେମ୍ବର ଶଂକାମୁରି ଆପ୍ପାରାଓଙ୍କ ସହ ବିବାହ ହୋଇଥିଲା। ଗତ ୨୦୧୦ରେ ଆନ୍ଧ୍ରପ୍ରଦେଶର ନଲମଲ୍ଲା ଠାରେ ପୁଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିଲେ। ରେଣୁକାର ମୃତ୍ୟୁ ପୁଲିସ ପାଇଁ ଏକ ବଡ ସଫଳତା ବୋଲି କୁହାଯାଇଛି। ଗତ ୧୫ ମାସ ମଧ୍ୟରେ ୯ ଜଣ ଷ୍ଟେଟ କମିଟି ମେମ୍ବରକୁ ପୁଲିସ ମାରିଛି। ସଂଗଠନର ବଡ଼ବଡ଼ ନେତା ମୃତ୍ୟୁବରଣ କରିବାପରେ ଧୀରେଧୀରେ ସଂଗଠନ ଦୁର୍ବଳ ସହ ଭୁଶୁଡ଼ିବାରେ ଲାଗିଛି। ପୁଲିସ ମଧ୍ୟ ଶେଷ ଲଢ଼େଇ ଲଢୁଛି ବୋଲି କହିଛି।

Naxal | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe