୧ କୋଟି ପୁରସ୍କାର ଘୋଷିତ ମହିଳା ମାଓନେତ୍ରୀ ତେଲେଙ୍ଗାନାରୁ ଗିରଫ

Advertisment

ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି।

ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି।

mao

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ୧ କୋଟି ଘୋଷିତ କେନ୍ଦ୍ରୀୟ କମିଟିର ସଦସ୍ୟାକୁ ପୁଲିସ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଏହି ମହିଳା ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ହାଇଦ୍ରାବାଦର ମେହବୁବ ନଗରରେ କେନ୍ଦ୍ରୀୟ କମିଟିର ଜଣେ ଆଗଧାଡିର ମହିଳା ନେତ୍ରୀ ବସଷ୍ଟାଣ୍ଡରେ ଠିଆ ହୋଇଛନ୍ତି। ଏହା ଶୁଣିବା ପରେ ତୁରନ୍ତ ପୁଲିସ ତତ୍ପରତା ଦେଖାଇ ବସଷ୍ଟାଣ୍ଡକୁ ଘେରି ସୁଜାତାକୁ ଗିରଫ କରିଥିଲା।

ସୁଜାତା ଓରଫ କଳ୍ପନା ଦୀର୍ଘ ବର୍ଷ ଧରି ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଟିମବଙ୍ଗରେ ସକ୍ରିୟ ଥିଲେ। ସେ ବହୁ ହିଂସାରେ ଜଡିତ ଥିବା ପୁଲିସ କହିଛି। କେନ୍ଦ୍ରୀୟ କମିଟିର ସଦସ୍ୟା ହୋଇଥିବାରୁ ସରକାର ତାଂକ ନାମରେ ଏକ କୋଟି ଟଂକାର ପୁରସ୍କାର ଘୋଷଣା କରିଥିଲେ। ପୁଲିସ ସୁଜାତାକୁ ଧରି ପଚରାଉଚରା କରୁଛି। ଦିନେ ଦୁଇଦିନରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ବିବରଣୀ ଦେବ ବୋଲି ପୁଲିସ କହିଛି।

ନକ୍ସଲ ଦମନରେ ଜଣେ ଆଗଧାଡିର ନେତ୍ରୀ ଗିରଫ ହେବା ପରେ ସଂଗଠନ ଏବେ ଆହୁରି ଦୁର୍ବଳ ହେବ ବୋଲି କୁହାଯାଇଛି। ପୁଲିସ ସୁଜାତାଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇବ ବୋଲି ଆଶା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe