ଗ୍ୟାସ୍‌ ସିଲିଣ୍ଡର ଟାଙ୍କି ବୋଝେଇ ଟ୍ରକ୍‌ ଧକ୍କାରେ ଆଈ ମୃତ, ନାତୁଣୀ ଗୁରୁତର

Advertisment

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୋଡ଼ଭଙ୍ଗା ଘାଟିରେ ଆଜି ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି। ମହିଳାଙ୍କର ପୁଅ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୋଡ଼ଭଙ୍ଗା ଘାଟିରେ ଆଜି ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି। ମହିଳାଙ୍କର ପୁଅ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

thakurmunda accident

thakurmunda accident Photograph: (sambad.in)

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୋଡ଼ଭଙ୍ଗା ଘାଟିରେ ଆଜି ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି। ମହିଳାଙ୍କର ପୁଅ ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳା ହେଲେ ଜ୍ୟୋସ୍ନାରାଣି ମହାପାତ୍ର (୬୨)। ଗୁରୁତରମାନେ ହେଲେ ରବିନାରାୟଣ ମହାପାତ୍ର (୩୦)  ଓ ସସ୍ମିତା ମିଶ୍ର ( ୨୩)।  

ଆୟୁର୍ବେଦ ଔଷଧ ଆଣିବାକୁ ଏକ ପରିବାରର ଲୋକେ ଯାଉଥିଲେ। ସେମାାନେ ଗୋଡଭଙ୍ଗା ଘାଟିରେ ଯାଉଥିବା ବେଳେ ହଠାତ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। 

ଘଟଣାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା ଗ୍ରାମର ଜ୍ୟୋସ୍ନାରାଣି ମହାପାତ୍ର, ପୁଅ ରବିନାରାୟଣ ମହାପାତ୍ର, ବୋହୂ ମନୋସ୍ୱିନୀ ଦାଶ (୨୬), ଝିଅ  ବିଶ୍ଵବିଜୟିନୀ ଦାଶ ଓ ନାତୁଣୀ ( ୩୦) ନାତୁଣୀ ସସ୍ମିତା ମିଶ୍ର ଏକ କାର୍‌ରେ ଶାଳପଡ଼ାରୁ ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗ୍ରାମକୁ ଆୟୁର୍ବେଦ ଔଷଧ ଆଣିବାକୁ ଯାଉଥିଲେ। ସେମାାନେ ଗୋଡଭଙ୍ଗା ଘାଟିରେ ଯାଉଥିବା ବେଳେ ହଠାତ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ଜ୍ୟୋସ୍ନାରାଣି ମହାପାତ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ସସ୍ମିତା ମିଶ୍ରଙ୍କର କାନ୍ଧ ହାଡ଼ ଭାଙ୍ଗିଥିବା ବେଳେ ରବିନାରାୟଣ ମହାପାତ୍ରଙ୍କର ଛାତି ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି l ଅନ୍ୟମାନେ ସାମାନ୍ୟ  ଆହତ ହୋଇଛନ୍ତି।

ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ଓ ମହୁଲଡିହା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦ ଜବତ କରିଥିବା ବେଳେ ଆହତମାନଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଫେରାର ଟ୍ରକ୍‌କୁ ଠାବ କରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ଶାଳପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। 

Mayurbhanj | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe