ପୁଣି ନିଆଁ ନେଲା ଜୀବନ: ଭୁବନେଶ୍ବରରେ ମହିଳାଙ୍କ ମୃତ୍ୟୁ

ରାଜ୍ୟରେ ନିଆଁରେ ଜଳି ମୃତ୍ୟୁ ହେବା ଘଟଣା ଟ୍ରେଣ୍ଡ ପାଲଟିଛି। ପୁଣି ଜଣେ ମହିଳା ନିଆଁରେ ଜଳି ଯାଇଛନ୍ତି। ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମୃତ ମହିଳା ହେଲେ ଶିଳ୍ପୀ ଦାସଗୁପ୍ତା (୬୮)।

Woman

ଭୁବନେଶ୍ବର: ରାଜ୍ୟରେ ନିଆଁରେ ଜଳି ମୃତ୍ୟୁ ହେବା ଘଟଣା ଟ୍ରେଣ୍ଡ ପାଲଟିଛି। ପୁଣି ଜଣେ ମହିଳା ନିଆଁରେ ଜଳି ଯାଇଛନ୍ତି। ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମୃତ ମହିଳା ହେଲେ ଶିଳ୍ପୀ ଦାସଗୁପ୍ତା (୬୮)।

ସୂଚନା ଅନୁସାରେ ଶିଳ୍ବୀ ଦାସଗୁପ୍ତା ଆଜି ସନ୍ଧ୍ୟାରେ ଦୀପନିଆଁରେ ଜଳି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ପ୍ରଥମେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ଏହା ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। 

ରାଜ୍ୟରେ ଆଜି ଅଗ୍ନିକାଣ୍ଡଜନିତ ଦୁଇଟି ଘଟଣା ଘଟିଛି। ଆଜି ଅପରାହ୍‌ଣରେ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜଣେ ଯୁବକ ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।  

ସୂଚନାଯୋଗ୍ୟ,  ବାଲିପାଟଣା ଥାନା ଅଞ୍ଚଳରେ ଜଣେ ଯୁବକ ଜଳି ଯାଇଛନ୍ତି। ସମ୍ପତ୍ତି ଭାଗ ବଣ୍ଟା ଓ ପାରିବାରିକ ବିବାଦ କେନ୍ଦ୍ର କରି ଘଟଣା ଘଟିଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ଯୁବକଙ୍କ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବୋଲି ଜଣାପଡ଼ିଛି। ବାପା ସୁରେନ୍ଦ୍ର ନାଥ ମଠିଆ ପୁଲିସ ବିଭାଗରେ ଏଏସ୍‌ଆଇ ଭାବେ ଚାକିରି କରିଥିଲେ। ସୁରେନ୍ଦ୍ରଙ୍କ ୨ଜଣ ପତ୍ନୀ। ପ୍ରଥମ ପତ୍ନୀଙ୍କ ପୁଅ ଜ୍ୟୋତି ରଞ୍ଜନ ଅଟନ୍ତି। ଜ୍ୟୋତିଙ୍କ ମୃତ୍ୟୁ ପରେ ସୁରେନ୍ଦ୍ର ଅନ୍ୟତ୍ର ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କ ଦୁଇଟି ପୁଅ ଏବଂ ଝିଅ। ଝିଅର ବିବାହ ପରେ ମୃତ୍ୟୁ ହୋଇଯାଇଥିଲା। ସୁରେନ୍ଦ୍ର ବାଲିପାଟଣା ଛକରେ ଦୀର୍ଘ ବର୍ଷ ହେଲା ପରିବାର ସହ ରହି ଆସୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ବୋହୁ ଏବଂ ନାତିକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୁରେନ୍ଦ୍ର ଦ୍ୱିତୀୟ ପତ୍ନୀଙ୍କ ନାମରେ ବାଲିପାଟଣା ତହସିଲ ଅଧୀନରେ ଗୋଟିଏ ଜମି କିଣି ଥିଲେ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀଙ୍କ ପୁଅ ନାମରେ ଉକ୍ତ ସମ୍ପତ୍ତି ଲେଖି ଦେଇଥିଲେ। ଏହାକୁ ନେଇ ପରିବାରରେ କଳହ ଲାଗି ରହିଥିଲା। 

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe