ବିଲରେ କାମ ସାରି ଘରକୁ ଫେରୁଥିଲେ; ବଜ୍ରପାତରେ ମହିଳା ମୃତ, ୨ଗୁରୁତର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧୀନ ସାହାଜବାହାଲ ଗାଁ ନିକଟ ବିଲରେ ଚାଷକାମ ସାରି ଘରକୁ ଫେରିବା ବେଳେ ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ବଜ୍ରପାତରେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି।

Two women killed, one critically injured in lightning strike

Two women killed, one critically injured in lightning strike Photograph: (sambad.in)

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧୀନ ସାହାଜବାହାଲ ଗାଁ ନିକଟ ବିଲରେ ଚାଷକାମ ସାରି ଘରକୁ ଫେରିବା ବେଳେ ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ବଜ୍ରପାତରେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସାହାଜବାହାଲ ଗାଁରେ ଆଜି ପୂର୍ବାହ୍‌ଣରେ ଚାଷ ଜମିକୁ ପହ୍ଲା ରୋଇବା ପାଇଁ ଖିରି ସହନେତ (୫୫), କୁନ୍ତି ଷଣ୍ଢ (୫୪) ଓ ଆରତୀ ବାଘ (୪୪) ଯାଇଥିଲେ। ଖେତରେ କାମ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ବ୍ରଜପାତ ହୋଇଥିଲା। ଏଥିରେ ତିନିଜଣ ରାସ୍ତା ଉପରେ ଅଚେତ ହୋଇ ପଡିଥିଲେ।

ଖବର ପାଇ ଗ୍ରାମର ଜଣେ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେ ନିଜ କାରରେ ତିନି ଜଣ ଗୁରୁତରଙ୍କୁ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଖିରୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି।  

Lightning | Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe