ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ଥାନା ଚମ୍ପାପୁର ଗ୍ରାମର ରଶ୍ମିତା ପାତ୍ର ବୌଦ୍ଧ ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ସ୍ୱାମୀ ରବୀନ୍ଦ୍ର ସ୍ତ୍ରୀ ରଶ୍ମିତାଙ୍କ ଓ ତାଙ୍କ ସାନ ଦିଅର ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ କଲି ଝଗଡା ରାଗି ରହିଥିବା ବାପଘର ଲୋକେ ଅଭିଯୋଗ କରଛନ୍ତି।

Updated On

ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ଥାନା ଚମ୍ପାପୁର ଗ୍ରାମର ରଶ୍ମିତା ପାତ୍ର ବୌଦ୍ଧ ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ସ୍ୱାମୀ ରବୀନ୍ଦ୍ର ସ୍ତ୍ରୀ ରଶ୍ମିତାଙ୍କ ଓ ତାଙ୍କ ସାନ ଦିଅର ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ କଲି ଝଗଡା ରାଗି ରହିଥିବା ବାପଘର ଲୋକେ ଅଭିଯୋଗ କରଛନ୍ତି।

ଅଦ୍ୟତନ ହୋଇଛି
rasmita

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଜହ୍ନlପଙ୍କ ଫାଣ୍ଡି ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିବାହିତା ମହିଳାଙ୍କ ମୃତ୍ୟୁକୁ ବାପ ଘର ଲୋକେ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। 

ଘଟଣାରୁ ପ୍ରକାଶ ଯେ ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ଥାନା ଚମ୍ପାପୁର ଗ୍ରାମର କରୁଣାକର ପାତ୍ରଙ୍କ ଝିଅ ରଶ୍ମିତା ପାତ୍ର ବୌଦ୍ଧ ଥାନା ଚନ୍ଦ୍ରପୁର ଗ୍ରାମର ଫକୀର ସାହୁଙ୍କ ପୁଅ ରବୀନ୍ଦ୍ର ସାହୁଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ। କିଛି ବର୍ଷ ହେବ ସ୍ୱାମୀ ରବୀନ୍ଦ୍ର ସ୍ତ୍ରୀ ରଶ୍ମିତାଙ୍କ ଓ ତାଙ୍କ ସାନ ଦିଅର ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ କଲି ଝଗଡା ରାଗି ରହିଥିବା ବାପଘର ଲୋକେ ଅଭିଯୋଗ କରଛନ୍ତି। ହେଲେ ପାରିବାରିକ ସମସ୍ୟା ଭାବି ଏହି କଳହ ଗୁରୁତ୍ୱ ଦେଉନଥିଲେ।

ଆଜି ସକାଳେ ରବୀନ୍ଦ୍ର ସାହୁ ଫୋନ ଯୋଗେ ବାପ ଘରକୁ ଫୋନ କରି ତାଙ୍କ ଝିଅ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ। ପରିବାର ଲୋକେ ଗାଧୁଆ ଘରୁ ତାଙ୍କୁ ଉଦ୍ଧାର କରି ଘର ବାରଣ୍ଡାରେ ରଖିଥିଲେ। ଏହାଦେଖି ଡାକ୍ତରଖାନାକୁ ନନେଇ କେମିତି ଘରେ ରଖିଛ ବୋଲି ଅଭିଯୋଗ କରିଥିଲେ। ସ୍ୱାମୀ ରବୀନ୍ଦ୍ର ସାହୁ ଓ ଦିଅର ଦେବେନ୍ଦ୍ର ସାହୁ ମିଶି ରଶ୍ମିତାକୁ ମାରି ଦେଇଥିବା ଅଭିଯୋଗ ପତ୍ରରେ ପିତା କରୁଣାକର ପାତ୍ର ଲିଖିତ ଅଭିଯୋଗ ଦର୍ଶାଇ ଥିବା ଜଣାପଡିଛି।

ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଏସଇ ଏମ ଚନ୍ଦ୍ର ତାକ୍ରୀ ଓ ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମଳିକ ପହଂଚି କେସ ନଂ ୩୮୦/୨୦୨୪ ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମରଶରୀର ଘରେ ରହିଥିବା ବେଳେ ଆଜି ସାଇଣ୍ଟିଫିକ ଟିମ ଆସି ତଦନ୍ତ କଲାପରେ ଯାଇ ପୋଷ୍ଟମର୍ଟମ କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଥିବା ଜଣାପଡ଼ିଛି। ମୃତ ରଶ୍ମିତାଙ୍କ ବାପ ଘର ଲୋକେ ରବୀନ୍ଦ୍ର ସାହୁଙ୍କ ଘର ସାମ୍ନାରେ ରାତିସାରା ବସି ଉଜାଗର ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe