ଲାଠୋର : ବଲାଙ୍ଗୀରଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନା ଚହକୋପଡା (ହାତୀପଡା) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ମଧ୍ୟରାତ୍ରି ସମୟରେ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରିଆସୁଥିଲେ। ଗୁରୁବାର ରାତିରେ ଏହି ହାତୀପଲ ଚହକୋପଡା ହାତୀପଡାର ଏକ ଘର ଉପରେ ଆକ୍ରମଣ କରି ଘରକୁ ଭାଙ୍ଗି ଦେଇଥିଲେ। ଘରର କାନ୍ଥ ପଡ଼ି ଯିବାରୁ ଫୁଲମତି ନାଗ ନାମକ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ: BJP Ex-mla Sanchita Mohanty No More ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି
ଉଭୟଙ୍କ ଅବସ୍ଥା ଗୁରୁତର
ଏହି ଆକ୍ରମଣରେ ଫୁଲମତି ନାଗଙ୍କ ଶାଶୂ ଖୁଦ ନାଗ ଓ ସ୍ବାମୀ ଗୌତମ ନାଗ ଗୁରୁତର ଆହତ ହୋଇଥିବା ବେଳେ, ସ୍ଥାନୀୟ ଲୋକ ବନ ବିଭାଗର ସହଯୋଗରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: Accident 1 Death 3 Injured ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ସ୍ତ୍ରୀ ଓ ୨ ନାବାଳକ ପୁତ୍ର ଗୁରୁତର
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହାତୀ ପଲକୁ ଜଙ୍ଗଲ ଅଞ୍ଚଳକୁ ଫେରାଇବା ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ ରାତି ସମୟରେ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/26/untitled-2025-12-26-10-56-26.png)