ଅନୁଗୁଳ: ଅନୁଗୁଳ ରେଞ୍ଜ ସାହାରାଗୁଡ଼ା ଗାଁରେ ଆଜି ସକାଳେ ଏକ ବଡ଼ ଅଘଟଣ ଘଟିଛି। ସାହାରାଗୁଡ଼ା ଗାଁର ସୁନାଭୂଇଁ ସାହିର ଝିଲ୍ଲୀ ବେହେରା (୩୫)ଙ୍କୁ ଆଜି ସକାଳୁ ହାତୀ ଦଳି ଦେଇଛି। ଝିଲ୍ଲୀ ସକାଳୁ ଘର ନିକଟରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଖାଲି ସେତିକି ନୁହେଁ, ଏହି ଘଟଣା କୁ ନେଇ ସାହାରାଗୁଡା ଗାଁରେ ଉତ୍ତେଜନା ଦେଖାଯାଇଛି। ଗାଁର ଲୋକମାନେ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଅଟକ ରଖିଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ:Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର
ହାତୀ ଆକ୍ରମଣରେ ମହିଳା ମୃତ
ବଲାଙ୍ଗୀରଜିଲ୍ଲା ଲାଠୋର ରେଞ୍ଜ ଅଧୀନ ଖପ୍ରାଖୋଲ ଥାନା ଚହକୋପଡା (ହାତୀପଡା) ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୂ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ମଧ୍ୟରାତ୍ରି ସମୟରେ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ଧରି ଲାଠୋର ରେଞ୍ଜ ଅଞ୍ଚଳରେ ପ୍ରାୟ ୩୦ଟିକିଆ ହାତୀପଲ ଉତ୍ପାତ କରିଆସୁଥିଲେ। ଗୁରୁବାର ରାତିରେ ଏହି ହାତୀପଲ ଚହକୋପଡା ହାତୀପଡାର ଏକ ଘର ଉପରେ ଆକ୍ରମଣ କରି ଘରକୁ ଭାଙ୍ଗି ଦେଇଥିଲେ। ଘରର କାନ୍ଥ ପଡ଼ି ଯିବାରୁ ଫୁଲମତି ନାଗ ନାମକ ୪୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ
ଉଭୟଙ୍କ ଅବସ୍ଥା ଗୁରୁତର
ଏହି ଆକ୍ରମଣରେ ଫୁଲମତି ନାଗଙ୍କ ଶାଶୂ ଖୁଦ ନାଗ ଓ ସ୍ବାମୀ ଗୌତମ ନାଗ ଗୁରୁତର ଆହତ ହୋଇଥିବା ବେଳେ, ସ୍ଥାନୀୟ ଲୋକ ବନ ବିଭାଗର ସହଯୋଗରେ ଦୁହିଁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ହାତୀ ପଲକୁ ଜଙ୍ଗଲ ଅଞ୍ଚଳକୁ ଫେରାଇବା ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ ରାତି ସମୟରେ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/04/15BI3ueIKojw1a105CIq.jpg)