ଆଶ୍ରୟ ସ୍ଥଳୀରେ ଅସୁସ୍ଥ ମହିଳାଙ୍କ ଚାଲିଗଲା ଜୀବନ

ବାତ୍ୟା ଦାନା ପାଇଁ ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଜନୈକା ମହିଳା ହଠାତ ଅସୁସ୍ଥତା କାରଣରୁ ବେତନଟୀ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ନିକଟସ୍ଥ ଡେଂଫୌଦା ଗ୍ରାମର ଚିତ୍ତ ସିଂଙ୍କ ସ୍ତ୍ରୀ ରତନୀ (୪୬)l

07183d91-87fc-4fbc-8fa4-72781bfa3e46

ବୈଶିଙ୍ଗା: ବାତ୍ୟା ଦାନା ପାଇଁ ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଜନୈକା ମହିଳା ହଠାତ ଅସୁସ୍ଥତା କାରଣରୁ ବେତନଟୀ ଡାକ୍ତରଖାନାରେ ଚିକିତ୍ସାଧୀନ ସମୟରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ନିକଟସ୍ଥ ଡେଂଫୌଦା ଗ୍ରାମର ଚିତ୍ତ ସିଂଙ୍କ ସ୍ତ୍ରୀ ରତନୀ (୪୬)l

ସୂଚନା ଅନୁଯାୟୀ ବାତ୍ୟା ପାଇଁ ବୁଧବାର ଦିନ ରତନୀ ଓ ତାର ସ୍ୱାମୀ, ପୁଅ, ପୁଅବୋହୂ ଓ ୨ ଜଣ ନାତୁଣୀଙ୍କୁ ପ୍ରଶାସନ ପକ୍ଷରୁ ଅଣାଯାଇ ବେଲାଣପୁରା ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା l ଗୁରୁବାର ଦିନ ପ୍ରାୟ ପୂର୍ବାହ୍ନ ୧୦ଟା ପାଖାପାଖି ସମୟରେ ହଠାତ ରତନୀଙ୍କର ମୁଣ୍ଡ ବୁଲାଇବା ସହିତ ସେ ଅସୁସ୍ଥତା ଅନୁଭବ କରିଥିଲେl ସେଠାରେ ଉପସ୍ଥିତ ଡାକ୍ତରୀ ଟିମ୍ ତାର ପ୍ରାଥମିକ ଚିକିତ୍ସା ପରେ ରତନୀକୁ ବେତନଟୀ ଡାକ୍ତରଖାନା ପଠାଇ ଦେଇଥିଲେ l ହେଲେ ସେଠାରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe