ଟ୍ରାକ୍ଟର ଦୁର୍ଘଟଣା: ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କ୍ଷତିପୂରଣ ପାଇଁ ଝରିଗାଁ-ଡାବୁଗାଁ ରାସ୍ତା ଗ୍ରାମବାସୀ ଅବରୋଧ କରିଥିବା ସୂଚନା ମିଳିଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କ୍ଷତିପୂରଣ ପାଇଁ ଝରିଗାଁ-ଡାବୁଗାଁ ରାସ୍ତା ଗ୍ରାମବାସୀ ଅବରୋଧ କରିଥିବା ସୂଚନା ମିଳିଛି।

ୂର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଗମିଆଡା ଗ୍ରାମର କିଛି ପୁରୁଷ ଏବଂ ମହିଳା ଟ୍ରାକ୍ଟର ଡାଲାରେ ବସି ରାସ୍ତା କାମରେ ଯୋଗ ଦେବା ପାଇଁ ଯାଉଥିଲେ। ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ହାଇଡ୍ରୋଲିକ ଡାଲା ଉପରକୁ ହୋଇଯାଇଥିଲା। ଫଳରେ ଟ୍ରାକ୍ଟର ଡାଲାରେ ବସିଥିବା ଶ୍ରମିକମାନେ ରାସ୍ତା ଉପରେ ପଡ଼ି ଯାଇଥିଲେ। ତେବେ ଟ୍ରାକ୍ଟର ଡାଲାର ଉପର ଭାଗରେ ବସିଥିବା ଗମିଆଡା ଗ୍ରାମର ମହିଳା ଶ୍ରମିକ ଘମା ଗୌଡ଼ (୪୫) ରାସ୍ତାରେ ପଡ଼ିଯିବା ପରେ ମୁଣ୍ତର ପଛ ଭାଗରେ ଗଭୀର ଆଘାତ ହୋଇଥିଲା।

ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଗମିଆଡା ଗ୍ରାମର କିଛି ପୁରୁଷ ଏବଂ ମହିଳା ଟ୍ରାକ୍ଟର ଡାଲାରେ ବସି ରାସ୍ତା କାମରେ ଯୋଗ ଦେବା ପାଇଁ ଯାଉଥିଲେ। ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ଡାଵିରିଗୁଡ଼ା ଗ୍ରାମ ଛକ ନିକଟରେ ହାଇଡ୍ରୋଲିକ ଡାଲା ଉପରକୁ ହୋଇଯାଇଥିଲା। ଫଳରେ ଟ୍ରାକ୍ଟର ଡାଲାରେ ବସିଥିବା ଶ୍ରମିକମାନେ ରାସ୍ତା ଉପରେ ପଡ଼ି ଯାଇଥିଲେ। ତେବେ ଟ୍ରାକ୍ଟର ଡାଲାର ଉପର ଭାଗରେ ବସିଥିବା ଗମିଆଡା ଗ୍ରାମର ମହିଳା ଶ୍ରମିକ ଘମା ଗୌଡ଼ (୪୫) ରାସ୍ତାରେ ପଡ଼ିଯିବା ପରେ ମୁଣ୍ତର ପଛ ଭାଗରେ ଗଭୀର ଆଘାତ ହୋଇଥିଲା।ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ସମୟରେ ଘମା ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଥିଲା।

ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ସମୟରେ ଘମା ଗୌଡ଼ଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ କ୍ଷତିପୂରଣ ପାଇଁ ଝରିଗାଁ-ଡାବୁଗାଁ ରାସ୍ତା ଗ୍ରାମବାସୀ ଅବରୋଧ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe