ଝୁଲନ୍ତା ଅବସ୍ଥାରେ ବନ୍ଦ କୋଠରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର କୋଠରୀରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

Khantapada

ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର କୋଠରୀରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବତୀ ହେଲେ ସୁଶ୍ରୀ ସଙ୍ଗୀତା (୨୬)।

ସୂଚନା ମୁତାବକ ମୃତ ଯୁବତୀ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ମଳିକଙ୍କ ସାନ ଝିଅ ସୁଶ୍ରୀ ସଙ୍ଗୀତା ବୋଲି ଜଣାପଡ଼ିଛି। ଆଜି ସକାଳୁ ୧୦ ଘଟିକା ସମୟରେ ଘରେ ମା’ଙ୍କ ଠାରୁ ୫ ଶହ ଟଙ୍କା ନେଇ ବାରିକପୁର ହାଟକୁ ଯିବେ ବୋଲି କହି ନିଜ ସ୍କୁଟି ଯୋଗେ ଘରୁ ବାହାରି ଆସିଥିଲେ। କିନ୍ତୁ ସୁଶ୍ରୀ ସଙ୍ଗୀତା ଘରକୁ ଫେରିବାର ବିଳମ୍ବ ହେବାରୁ ସୁଶ୍ରୀ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ବାରିକପୁର ହାଟକୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ।

ଆଜି ସକାଳୁ ୧୦ଟାରେ ଘରେ ମା’ଙ୍କ ଠାରୁ ୫ ଶହ ଟଙ୍କା ନେଇ ବାରିକପୁର ହାଟକୁ ଯିବେ ବୋଲି କହି ନିଜ ସ୍କୁଟିରେ ଘରୁ ବାହାରି ଯାଇଥିଲେ। କିନ୍ତୁ ସୁଶ୍ରୀ ସଙ୍ଗୀତା ଘରକୁ ଫେରିବାର ବିଳମ୍ବ ହେବାରୁ ସୁଶ୍ରୀ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ବାରିକପୁର ହାଟକୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ସ୍କୁଟି ଛିଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ।

ଜାତୀୟ ରାଜପଥ ପାର୍ଶ୍ୱରେ ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ସ୍କୁଟି ଛିଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ। ମନ୍ଦିର ଉପର ମହଲାକୁ ଆସି ଦେଖନ୍ତି ବନ୍ଦ କୋଠରୀ ଭିତରେ ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲନ୍ତା ଅବସ୍ଥାରେରେ ଦେଖିବାକୁ ମିଳିଥିଲା। ପରିବାର ଲୋକେ ଏହା ଜାଣିପାରି ୧୧୨ ନମ୍ବରରେ ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଛାନଭିନ୍ କରିଛି। ପରିବାର ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ କେହି ମାରି ଟାଙ୍ଗି ଦେଇଛି। ପୁଲିସ ଅଧିକ ତଦନ୍ତ ଚଳାଇଛି। 

Balasore 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe