Advertisment

୧୫ ଲକ୍ଷ ଟଙ୍କାରୁ ଅଧିକ ଛତୁ ବିକିଲେଣି ସଫଳ କାହାଣୀର ନାୟିକା ଅନିତା ମହାନ୍ତ

Advertisment

ମହିଳା ତଥା ଛତୁ ଚାଷୀ ଅନିତା ମହାନ୍ତ ଧାନ ଓ ପନିପରିବା ଚାଷ କରି ବେଶ୍ ଲାଭବାନ ମଧ୍ୟ ହୋଇଛନ୍ତି। ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗର କାର୍ଯ୍ୟ ନିର୍ବାହୀ ସଂସ୍ଥାର ସହଯୋଗରେ ତାଙ୍କୁ ଛତୁଚାଷ ନିମନ୍ତେ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ।

ମହିଳା ତଥା ଛତୁ ଚାଷୀ ଅନିତା ମହାନ୍ତ ଧାନ ଓ ପନିପରିବା ଚାଷ କରି ବେଶ୍ ଲାଭବାନ ମଧ୍ୟ ହୋଇଛନ୍ତି। ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗର କାର୍ଯ୍ୟ ନିର୍ବାହୀ ସଂସ୍ଥାର ସହଯୋଗରେ ତାଙ୍କୁ ଛତୁଚାଷ ନିମନ୍ତେ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ୍ ଶଶ ଗ୍ରାମପଞ୍ଚାୟତ ପାହାଡ଼ପୁର ଗ୍ରାମର ସଫଳ ମହିଳା ତଥା ଛତୁ ଚାଷୀ ଅନିତା ମହାନ୍ତ। ସେ ମହିଳା ହୋଇ ମଧ୍ୟ ଧାନ ଓ ପନିପରିବା ଚାଷ କରି ବେଶ୍ ଲାଭବାନ ମଧ୍ୟ ହୋଇଛନ୍ତି। ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗର କାର୍ଯ୍ୟ ନିର୍ବାହୀ ସଂସ୍ଥାର ସହଯୋଗରେ ତାଙ୍କୁ ଛତୁଚାଷ ନିମନ୍ତେ ଦୁଇ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ। 

ସରକାର ତରଫରୁ ମିଳିଥିବା ସହାୟତା ରାଶିରେ ଅନିତା ଛତୁଚାଷ ନିମନ୍ତେ ଏକ ଘର ନିର୍ମାଣ କରିଥିଲେ। ସେହି ଲକ୍ଷ୍ୟ ନେଇ ଅନିତା ମହିଳା ହୋଇ ମଧ୍ୟ ବିଭିନ୍ନ ପ୍ରକାର ଚାଷ କରୁଥିବା ଦେଖି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ନିମନ୍ତେ ଉକ୍ତ ସଂସ୍ଥା ଅନିତାଙ୍କୁ ତାଲିମ ଦେଇଥିଲେ। ତାଲିମ ପରେ ସେ ବର୍ତମାନ ସୁଦ୍ଧା ୧୫ ଲକ୍ଷ ଟଙ୍କାରୁ ଅଧିକ ଛତୁ ବିକ୍ରିକରି ସାରିଛନ୍ତି। ଛତୁଚାଷ ଦେଖି ଅନିତା ଆନନ୍ଦରେ ଆତ୍ମହରା ହୋଇପଡନ୍ତି। 

publive-image

ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ୍ ଶଶ ଗ୍ରାମପଞ୍ଚାୟତ ପାହାଡ଼ପୁର ଗ୍ରାମର ସଫଳ ମହିଳା ତଥା ଛତୁ ଚାଷୀ ଅନିତା ମହାନ୍ତ। ଉକ୍ତଚାଷ ପାଇଁ ଅନିତାଙ୍କୁ ଏକ ସଂସ୍ଥା ତରଫରୁ ସାହାର୍ଯ୍ୟ ମିଳିଥିବା ପ୍ରକାଶ କରିଛନ୍ତି। ଛତୁ ଚାଷ ଦେଖି ମହିଳା ଉଦ୍ୟୋଗୀ ଅନିତା ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ବନିଛନ୍ତି। 

publive-image

ସୂଚନାଯୋଗ୍ୟ ଯେ ଅନିତାଙ୍କ ଏଭଳି ସଫଳତା ଦେଖି ତାଙ୍କ ସ୍ୱାମୀ ପରିବାରର ସଦସ୍ୟ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ସୋମବାରୀ ମଧ୍ୟ ଆଗକୁ ଅଧିକ ପରିମାଣର ଛତୁଚାଷ କରିବାର ଲକ୍ଷ୍ୟ ରଖିଛନ୍ତି। ସେ ଚଳିତ ଥର ପାଳ ଛତୁ ସହିତ ଧିଙ୍ଗିରି ଛତୁ ଚାଷ ଉଦ୍ୟାନ କୃଷି ବିଭାଗର ସହାୟତାରେ ଆଧୁନିକ ପ୍ରାଣାଳିରେ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି। ପାଳ ଛତୁ ଅପେକ୍ଷା ଧିଙ୍ଗିରି ଛତୁର ଦାମ୍ କମ୍ ଥିଲେ ମଧ୍ୟ ଅମଳ ଅଧିକ ହୁଏ ବୋଲି କହିଛନ୍ତି। ତେବେ ତାଙ୍କୁ ମିସନ ଶକ୍ତି ଓ ସଂୟସହାୟକ ଗୋଷ୍ଠୀ ପକ୍ଷରୁ ମଧ୍ୟ ସହାୟତା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe