ହତ୍ୟା ମାମଲାର ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଏକ ହତ୍ୟା ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବାରୁ ଅଭିଯୁକ୍ତ ରଞ୍ଜିତା ନାଗ ଓରଫ ରଞ୍ଜିତା ହରିଜନଙ୍କୁ ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ନିର୍ଦୋଷରେ ଖଲାସ କରିଛନ୍ତି।

court

ନବରଙ୍ଗପୁର: ଏକ ହତ୍ୟା ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବାରୁ ଅଭିଯୁକ୍ତ ରଞ୍ଜିତା ନାଗ ଓରଫ ରଞ୍ଜିତା ହରିଜନଙ୍କୁ ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ସୁବ୍ରତ ମହାନ୍ତି ନିର୍ଦୋଷରେ ଖଲାସ କରିଛନ୍ତି।

ମାମଲାର ବିବରଣୀରୁ ଜଣାଯାଏ ଖାତିଗୁଡା ଥାନା ଅନ୍ତର୍ଗତ ପଡାପଲା ଗ୍ରାମର ପ୍ରତିମା ଜାନି ଗତ ୨୦୨୦ମସିହା ଅଗଷ୍ଠ ୩୧ତାରିଖ ଦିନ ତାଙ୍କ ସ୍ଵାମୀ ସୁବାଷ ଜାନି ନିଖୋଜ ସମ୍ପର୍କିତ ଏକ ଅଭିଯୋଗ କରିଥିଲେ। ପୁଲିସ ସବ୍‌ଇନିସ୍ପେକ୍ଟର ପର୍ଶୁରାମ ସାହୁ ଘଟଣାର ତଦନ୍ତ କରି ପଡାପଲା ଗ୍ରାମର ଜଙ୍ଗଲରୁ ନିଖୋଜ ହୋଇଥିବା ସୁବାଷ ଜାନିଙ୍କ ଗଳିତ ମର ଶରୀରକୁ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲେ।

ପୁଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲେ। ମୃତକ ସୁବାଷଙ୍କ ମୋବାଇଲ ସିମର ସିଡିଆର ଏବଂ ଏସ୍‌ଡିଆର ଯାଞ୍ଚ କରିଥିଲା। ଏହି ମାମଲାରେ ଗୁଡୁ ଅରଫ ମୋହନ ବାଘ ଓ ରଞ୍ଜିତା ନାଗ ଓରଫ ରଞ୍ଜିତା ହରିଜନଙ୍କୁ ହତ୍ୟା ଓ ପ୍ରମାଣ ଲୁଚେଇବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ଚାଳିବା ସମୟରେ ୧୧ ଜଣଙ୍କ ସାକ୍ଷ୍ୟ ନିଆ‌ଯାଇଥିଲା। ଅଭିଯୁକ୍ତ ରଞ୍ଜିତା ହରିଜନ ବିରୋଧରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନ ମିଳିବାରୁ କୋର୍ଟ ନିର୍ଦୋଷରେ ଖଲାସକରିଛନ୍ତି। ଏହି ମାମଲାରେ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ତପନ କୁମାର ସିଂ ଓ ଅଶୋକ ନାୟକ ପରିଚାଳନା କରୁଥିଲେ।

 Nabarangpur | court

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe