Woman Gets Own Land ବାର ବର୍ଷର ନ୍ୟାୟିକ ଲଢ଼େଇ ପରେ ନିଜ ଜାଗା ଫେରି ପାଇଲେ ମହିଳା

Advertisment

ନିଜର ହକ୍ Landକୁ ଫେରି ପାଇବା ପାଇଁ ଦୀର୍ଘ ବାର ବର୍ଷର ନ୍ୟାୟିକ ଲଢ଼େଇ ଲଢ଼ିବାକୁ ପଡ଼ିଛି କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତ ତାଣ୍ଡିପୁର ଗ୍ରାମର ମାଳାଦେବୀ ସେନାପତିଙ୍କୁ।

ନିଜର ହକ୍ Landକୁ ଫେରି ପାଇବା ପାଇଁ ଦୀର୍ଘ ବାର ବର୍ଷର ନ୍ୟାୟିକ ଲଢ଼େଇ ଲଢ଼ିବାକୁ ପଡ଼ିଛି କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତ ତାଣ୍ଡିପୁର ଗ୍ରାମର ମାଳାଦେବୀ ସେନାପତିଙ୍କୁ।

Untitled

woman gets own land after 12 years Photograph: (sambad.in)

ରାୟଗଡା: ନିଜର ହକ ଜାଗାକୁ ଫେରି ପାଇବା ପାଇଁ ଦୀର୍ଘ ବାର ବର୍ଷର ନ୍ୟାୟିକ ଲଢ଼େଇ ଲଢ଼ିବାକୁ ପଡ଼ିଛି ଜଣେ ମହିଳାଙ୍କୁ। କୋଲନରା ବ୍ଲକ ଦୁନ୍ଦୁଲି ପଞ୍ଚାୟତ ତାଣ୍ଡିପୁର ଗ୍ରାମର ମାଳାଦେବୀ ସେନାପତିଙ୍କ ମାଲିକାନାରେ ଥିବା ବାସଜମିକୁ ସେହି ଗ୍ରାମର ଜଗନ୍ନାଥ ବେହେରା ଜବରଦଖଲ କରି ରଖିଥିଲେ। ଗ୍ରାମସଭା ଓ ଥାନାର ହସ୍ତକ୍ଷେପ ପରେ ମଧ୍ୟ ସେ ସେହି ଜାଗାରୁ ହଟିନଥିଲେ। ଏପରିକି୨୦୧୦ ମସିହାରେ  ଅଦାଲତ ମାଳାଦେବୀଙ୍କ ସପକ୍ଷରେ ରାୟ ଦେଇ ଜବରଦଖଲ ହଟେଇବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଜଗନ୍ନାଥ ବେହେରା ଅଦାଲତଙ୍କ ନିର୍ଦେଶ ମାନି ନଥିଲେ ଏବଂ ବଳପୂର୍ବକ ସେହି ଜାଗାରେ ଏକ ପକ୍କା ଘର ତିଆରି କରିଥିଲେ।

ଏହା ବିରୁଦ୍ଧରେ ମାଳାଦେବୀ ପୁଣି ଥରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା ଜଜ ସତ୍ୟ ନାରାୟଣ ଷଡ଼ଙ୍ଗୀ  ଏହି ମାମଲାର ଶୁଣାଣି କରି ଏହି ଜବରଦଖଲ ଜାଗାକୁ ତୁରନ୍ତ ଖାଲି କରିବା ପାଇଁ ଏକ ଆଦେଶ ଜାରି କରିଥିଲେ। 

ଆହୁରି ପଢ଼ନ୍ତୁ Birds Decreased Sukinda ସୁକିନ୍ଦାରେ ପକ୍ଷୀ ଗଣନା, ବର୍ଷକରେ ଚଢ଼େଇ ସଂଖ୍ୟା ଅଧାରୁ ବି କମ୍‌ !

ଅଦାଲତ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ

ଚାନ୍ଦିଲି ପୁଲିସ ଏକ ପ୍ଲାଟୁନ ଫୋର୍ସ ସହ ବିବାଦୀୟ ସ୍ଥାନରେ ପହଞ୍ଚି ଜବରଦଖଲ ଉଚ୍ଛେଦ କରିଥିଲେ। କୋଲନରI ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ପ୍ରସାଦ ମିଶ୍ର  ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ। ଦୀର୍ଘ ବାର ବର୍ଷ ପରେ ନ୍ୟାୟ ପାଇଥିବାରୁ ମାଳାଦେବୀ ଅଦାଲତ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe