ପୁଅକୁ ଧରି ଭାର୍ଗବୀ ନଦୀକୁ ଡେଇଁଲା ମା

Advertisment

ପୁରୀ ଜିଲ୍ଲା ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ ଉପରୁ ଜଣେ ମହିଳା ଆଜି ଅପରାହ୍ଣରେ ନିଜର ଶିଶୁପୁତ୍ରକୁ ଧରି ଡେଇଁଛନ୍ତି। ଉଭୟ ମା-ପୁଅଙ୍କ ମୃତଦେହ ଘଟଣାସ୍ଥଳ ଠାରୁ ଦେଢ଼ କିଲୋମିଟର ଦୂରରେ ଉଦ୍ଧାର ହୋଇଛି। 

ପୁରୀ ଜିଲ୍ଲା ନିମାପଡ଼ା ରାସ୍ତାର ହରିପୁର ନିକଟ ଭାର୍ଗବୀ ନଦୀ ବ୍ରିଜ ଉପରୁ ଜଣେ ମହିଳା ଆଜି ଅପରାହ୍ଣରେ ନିଜର ଶିଶୁପୁତ୍ରକୁ ଧରି ଡେଇଁଛନ୍ତି। ଉଭୟ ମା-ପୁଅଙ୍କ ମୃତଦେହ ଘଟଣାସ୍ଥଳ ଠାରୁ ଦେଢ଼ କିଲୋମିଟର ଦୂରରେ ଉଦ୍ଧାର ହୋଇଛି। 

drawn

ପିପିଲି: ଜ

ସୂଚନା ଅନୁସାରେ ମହିଳା ଜଣକ ଆଜି ଅପରାହ୍‌ଣ ପ୍ରାୟ ୩ଟା ୪୫ମିନିଟରେ ନିଜୀ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ପିପିଲିରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନଦୀରେ ଖୋଜାଖୋଜି କରିଥିଲେ।

ତେବେ ଘଟଣାସ୍ଥଳରୁ ଦେଢ କିମି ଦୂର ସୁନାପଦା ଗ୍ରାମ ନିକଟରେ ଉକ୍ତ ଗ୍ରାମର ଦୁଇ ଜଣ ଅଧିବାସୀ ଭାର୍ଗବୀ ନଦୀର ଗଭୀର ପାଣିରୁ ଉଭୟ ମା'କୁନି ପୁଅଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ସେମାନଙ୍କ ପରିଚୟ ଜଣା ପଡିନାହିଁ। ପିପିଲି ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe