Dead body of unidentified youth recovered: The secret of death will be revealed after the interval Photograph: (sambad.in)
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯଉଁରାଭଉଁରା ଗ୍ରାମପଞ୍ଚାୟତ ଅଧୀନ ଢେଲାଇ ଗ୍ରାମରେ ଆଜି ପୂର୍ବାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଇ ଯିବା ସମୟରେ ଘରକାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଲେପ ଦୀପ (୬୫)।
ଲେପ ଦୀପ ଆଜି ପୂର୍ବାହ୍ଣ ୧୧ଟାରେ ନିଜ ଘରୁ ବାହାରି ଗାଧୋଇବାକୁ ଯାଉଥିବା ବେଳେ ତାଙ୍କର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଲେପ ସେତେବେଳେ ଯାଉଥିବା ବେଳେ ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେl ପରିବାର ଲୋକ ଉଦ୍ଧାର କରି ତୁରନ୍ତ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏ ନେଇ ଯଉଁରାଭଉଁରା ଗ୍ରାମପଞ୍ଚାୟତର ପିଇଓ ସ୍ୱୟମ୍ଭୁ ପୁରୋହିତଙ୍କୁ ହରିଚନ୍ଦ୍ର ଯୋଜନାରେ ଟଙ୍କା ଦିଆଯାଇଛି କି ନାଇଁ ପଚାରିବାରୁ ଦିଆଯିବ ବୋଲି କହିଥିଲେl
Subarnapur | Woman
Follow Us