ଘର ଭିତରେ ବିସ୍ଫୋରଣ ନେଲା ମହିଳାଙ୍କ ଜୀବନ, ଗୁରୁତର ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି

ଘର ଭିତରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଅଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Blast in Khordha village.

Blast in Khordha village. Photograph: (sambad.in)

ବୋଲଗଡ଼: ଘର ଭିତରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଅଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କର ନାମ ବେଗମ୍ ଓରପ ଲିଲି (୨୭)।  

ସୂଚନା ଅନୁସାରେ ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁର ବେଗମଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲା। ବସ୍ଫୋରଣର ବିକଟାଳ ଶଦ୍ଦ ଶୁଣି ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ପଡୋଶୀ ଲୋକେ ବିସ୍ଫୋରଣସ୍ଥଳକୁ ଆସିଥିଲେ। ଏହାରି ଭିତରେ ଜଣେ ବେଗମ୍‌ ଓ ଶିଶୁ ଗୁରୁତର ହୋଇଥିଲେ। ଘଟଣା ସଂପର୍କରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁରେ ଥିବା ଏକ ଘରେ ଅଚାନକ ବିସ୍ଫୋରଣ ଘଟିଥିଲା। ବସ୍ଫୋରଣର ବିକଟାଳ ଶଦ୍ଦ ଶୁଣି ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ପଡୋଶୀ ଲୋକେ ବିସ୍ଫୋରଣସ୍ଥଳକୁ ଆସିଥିଲେ। ଏହାରି ଭିତରେ ଜଣେ ବେଗମ୍‌ ଓ ଶିଶୁ ଗୁରୁତର ହୋଇଥିଲେ। ଘଟଣା ସଂପର୍କରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳା ଓ ଶିଶୁଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବେଗମ ଓ ଶିଶୁଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ବେଗମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁର ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ତେବେ କେଉଁ ପରିପ୍ରେକ୍ଷୀରେ ବିସ୍ଫୋରଣ ହୋଇଥିଲା ସେନେଇ ଜଣାପଡ଼ି ନାହିଁ। ତେବେ ଯାହା ଚର୍ଚ୍ଚା ହେଉଛି ମହିଳାଙ୍କ ଘରେ ବାଣ ରଖାଯାଇଥିଲା ଏବଂ ଏହା କୌଣସି ପ୍ରକାରରେ ବିସ୍ଫୋରଣ ହୋଇଥିଲା। 

Khordha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe