Woman killed by Elephant Photograph: (sambad.in)
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆଉଁଳୀ ଗ୍ରାମରେ ଆଜି ଜଣେ ମହିଳାଙ୍କୁ ହାତୀ କଚାଡ଼ି ଦେଇଛି। ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ କଳାବତୀ ପ୍ରଧାନ (୫୫)।
ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳକୁ ପହଞ୍ଚିବା ସହିତ ଫରେଷ୍ଟର ମନ୍ମଥ ବେହେରା ଓ ବନ କର୍ମଚାରୀ ଏବଂ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବନ ବିଭାଗ ମୃତ ମହିଳାଙ୍କୁ ଶବ ବ୍ୟବଚ୍ଛେଦ କରିବା ପାଇଁ ଚାହୁଁଥିବା ବେଳେ ଗ୍ରାମବାସୀ ଅରାଜି ହୋଇଥିଲେ।
ବାରମ୍ବାର ଉକ୍ତ ଅଞ୍ଚଳରେ ହାତୀ ଆକ୍ରମଣରେ ମଣିଷ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ନୀରବ ରହି ଆକ୍ରମଣ କରୁଥିବା ହାତୀ ମାନଙ୍କୁ ଟ୍ରାଙ୍କୁଲାଇଜର କରୁ ନ ଥିବାରୁ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେ ପର୍ଯ୍ୟନ୍ତ ମୃତକ ପରିବାରକୁ କ୍ଷତି ପୂରଣ ସହିତ ମୃତକଙ୍କ ପୁଅଙ୍କୁ ଚାକିରି ନ ଦିଆଯାଇଛି। ସେ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ମୃତକ ମହିଳାଙ୍କୁ ଛାଡ଼ିଦିଆଯିବ ନାହିଁ ବୋଲି ମୃତକ ସ୍ବାମୀ କୈଳାସ ପ୍ରଧାନ ଓ ଗ୍ରାମବାସୀ ଦାବି କରିଛନ୍ତି।
Deogarh
Follow Us