ମୃତ ନଣନ୍ଦେଇଙ୍କୁ ଦେଖିବାକୁ ଯାଉଥିଲେ ଶଳାଭାଉଜ; ସଡ଼କ ଦୁର୍ଘଟଣାରେ ମୃତ୍ୟୁ

Advertisment

ଜୀବନ ଓ ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ ତାହା କେହି କହିପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ନଣନ୍ଦେଇଙ୍କୁ ଦେଖିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଶଳାଭାଉଜଙ୍କର ମୃତ୍ୟୁ ଘଟିଛି।

ଜୀବନ ଓ ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ ତାହା କେହି କହିପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ନଣନ୍ଦେଇଙ୍କୁ ଦେଖିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଶଳାଭାଉଜଙ୍କର ମୃତ୍ୟୁ ଘଟିଛି।

New Project (27)

ଓଡ଼ାପଡ଼ା: ଜୀବନ ଓ ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ ତାହା କେହି କହିପାରିବେ ନାହିଁ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ନଣନ୍ଦେଇଙ୍କୁ ଦେଖିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଶଳାଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଗୀତାଞ୍ଜଳି ବେହେରା (୪୦)। 

ସୂଚନା ଅନୁସାରେ ଗୁଡିଆକାଟେଣି ଗ୍ରାମର ଗତି ବେହେରାଙ୍କ ଭଉଣୀ ଜ୍ବାଇଁ ତଥା କାରନ୍ଦା ଗ୍ରାମର ଲକ୍ଷ୍ମଣ ବେହେରାଙ୍କର ଆଜି ପରଲୋକ ଘଟିଥିଲା। ଏହି ଖବର ପାଇ ଲକ୍ଷ୍ମଣ ବେହେରାଙ୍କ ଶେଷ ଦର୍ଶନ ପାଇଁ ଗତି ବେହରାଙ୍କ ପତ୍ନୀ ଗୀତାଞ୍ଜଳି ବେହେରା ଓ  ତାଙ୍କର ପୁଅ ଶକ୍ତିରଂଜନ ବେହେରା (୧୮) ଏକ ବାଇକରେ ବାହାରି ଥିଲେ। କାରନ୍ଦା ଯିବା ପାଇଁ ଗୁଡ଼ିଆକାଟେଣି ହିନ୍ଦୋଳ ରାସ୍ତାରେ ସେମାନେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ। ବଦାଳୁ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧ‌କ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରେ ଗୀତାଞ୍ଜଳି ବେହେରା ତଳେ ପଡ଼ି ଯାଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ ଶକ୍ତିରଂଜନ ବେହେରା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଗୁଡିଆକାଟେଣି ଗ୍ରାମର ଗତି ବେହେରାଙ୍କ ଭଉଣୀ ଜ୍ବାଇଁ ତଥା କାରନ୍ଦା ଗ୍ରାମର ଲକ୍ଷ୍ମଣ ବେହେରାଙ୍କର ଆଜି ପରଲୋକ ଘଟିଥିଲା। ଏହି ଖବର ପାଇ ଲକ୍ଷ୍ମଣ ବେହେରାଙ୍କ ଶେଷ ଦର୍ଶନ ପାଇଁ ଗତି ବେହରାଙ୍କ ପତ୍ନୀ ଗୀତାଞ୍ଜଳି ବେହେରା ଓ  ତାଙ୍କର ପୁଅ ଶକ୍ତିରଂଜନ ବେହେରା (୧୮) ଏକ ବାଇକରେ ବାହାରି ଥିଲେ। କାରନ୍ଦା ଯିବା ପାଇଁ ଗୁଡ଼ିଆକାଟେଣି ହିନ୍ଦୋଳ ରାସ୍ତାରେ ସେମାନେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ।

ଏହି ଦୃଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି। ସୂଚନା ପାଇ ମୋଟଙ୍ଗା ଥାନା ଆଇଆଇସି ଦିପକ କୁମାର ଲେଙ୍କା ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ୍ କରି କ୍ଷତିପୂରଣ ଦାବି କରିଛନ୍ତି। ସେମାନେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ଗିରଫ ଦାବି କରିଛନ୍ତି। 

Accident | Dhenkanal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe