lightning in Boudh district. Photograph: (sambad.in)
ଲକ୍ଷ୍ମୀପ୍ରସାଦ/ଜହ୍ନାପଙ୍କ: ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ତାଳସରଡା ଗ୍ରାମ ପଞ୍ଚାୟତର କଂକଳl ଗ୍ରାମରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରପlତ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ମହିଳା ଗୁରୁତର ଆହତ ହୋଇଛନ୍ତିl ମୃତ ଯୁବତୀ ହେଲେ ପିଙ୍କି ମହାକୁଡ଼ (୩୫)। ଗୁରୁତରମାନେ ହେଲେ ବିଲ ଗୁରୁ (୪୫) ଓ ଲିପ୍ସା ବସ୍ତିଆ (୨୨)।
ଘଟଣାରୁ ପ୍ରକାଶ ଶୁକ୍ରବାର ଦିନ କଂକଳା ଗ୍ରାମର ପିଙ୍କି ମହାକୁଡ଼, ବିଲ ଗୁରୁ ଓ ଲିପସା ବସ୍ତିଆ ଡ଼ାଳୁଅ ଧାନ କlଟିବାକୁ ଯାଇଥିଲେ। ସେମାନେ ସନ୍ଧ୍ୟାରେ କାମ ସାରି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ସେଠାରେ ଗାଧୋଇ ସାରି ଘରକୁ ଫେରୁଥିଲେ। ସନ୍ଧ୍ୟା ୬ଟାରେ ସେମାନେ ବଜ୍ରପାତର ସାମ୍ନା କରିଥିଲେ। ନଦୀଘାଟ ଠାରୁ ଅଳ୍ପ ଦୂରରେ ପିଙ୍କିଙ୍କ ମୃତ୍ୟୁ ଘଟିଥିଲାl ବିଲ ଓ ଲିପସା ଗୁରୁତର ଥିବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବ୍ୟୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ବଜ୍ରପାତ ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
କଂକଳା ଗ୍ରାମର ପିଙ୍କି ମହାକୁଡ଼, ବିଲ ଗୁରୁ ଓ ଲିପସା ବସ୍ତିଆ ଡ଼ାଳୁଅ ଧାନ କlଟିବାକୁ ଯାଇଥିଲେ। ସେମାନେ ସନ୍ଧ୍ୟାରେ କାମ ସାରି ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ସେଠାରେ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ୬ଟାରେ ବଜ୍ରପାତ ହୋଇଥିଲା। ନଦୀଘାଟ ନିକଟରେ ପିଙ୍କିଙ୍କ ମୃତ୍ୟୁ ଘଟିଥିଲାl
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପିଙ୍କିଙ୍କ ମୃତହେଦ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆସନ୍ତାକାଲି ପୋଷ୍ଟମର୍ଟମ ସରିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅନ୍ୟପଟରେ କଂଗଳା ଗ୍ରାମରେ ବଜ୍ରପାତ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଏବଂ ଅନ୍ୟ ୨ ଜଣ ଗୁରୁତର ଥିବା ନେଇଁ ଗାଁରେ ଦୁଃଖ ଓ ଶୋକ ପ୍ରକାଶ ପାଇଛି। ସମସ୍ତେ ଗରିବ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛିl
Lightning
Follow Us