ସାପ୍ତାହିକ ହାଟରୁ ଫେରୁଥିଲେ ମହିଳା; ଘରେ ପହଞ୍ଚିବା ପୂର୍ବରୁ ବଜ୍ରପାତରେ ମୃତ୍ୟୁ

Advertisment

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟରାସ୍ତାରେ ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଦଶାଏ ପନକା।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟରାସ୍ତାରେ ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଦଶାଏ ପନକା।

Lightning

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ମୁଖ୍ୟରାସ୍ତାରେ ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଦଶାଏ ପନକା (୫୬)। ସେ ସ୍ଥାନୀୟ ଅଞ୍ଚଳର ଏକ ସାପ୍ତାହିକ ହାଟକୁ ଯାଉଥିଲେ ଏବଂ ଫେରିବା ବେଳେ ମୃତ୍ୟୁର ଶିକାର ହୋଇଥିଲେ।  

ସୂଚନା ଅନୁଯାୟୀ ବୋରିଗାଁ ନିକଟ ଡଙ୍ଗରିଗୁଡ଼ା ଗ୍ରାମର ଦଶାଏ ପନକା ଆଜି ପୂର୍ବାହ୍ନରେ ଡାବୁଗାଁ ସାପ୍ତାହିକ ହାଟକୁ ଆସିଥିଲେ। ସାପ୍ତାହିକ ହାଟରେ ସଉଦା କିଣାକିଣି କରି ଅପରାହ୍ନ ୪ଟାରେ ‘ଲକ୍ଷ୍ମୀ ବସ୍‌’ରେ ପୁଣି ନିଜ ଗ୍ରାମକୁ ଫେରୁଥିଲେ। ବୋରିଗାଁ- ଖୁଟୁଗୁଡା ଗ୍ରାମ ଛକରେ ବସ୍‌ ଦଶାଏ ପନକାଙ୍କୁ ଓହ୍ଲାଇ ଘୋଡ଼ାଖୁଣ୍ଟା ଅଭିମୁଖେ ଯାଇଥିଲା।

ପ୍ରବଳ ଘଡ଼ଘଡ଼ି ସହ ଝିପିଝିପି ବର୍ଷା ସମୟରେ ଦଶାଏ ପନକା ଶୀଘ୍ର ଘରେ ପହଞ୍ଚିବା ପାଇଁ ଚାଲିଚାଲି ଯାଉଥିଲେ। ଏହି ସମୟରେ ବୋରିଗାଁ ଗ୍ରାମ ନିକଟ ମୁଖ୍ୟରାସ୍ତାରେ ବୃଦ୍ଧା ଉପରେ ବଜ୍ରାଘାତ ହୋଇଥିଲା। ସେ ତଳେ ପଡ଼ି ଯାଇଥିଲେ।

ତେବେ ଠିକ୍ ଏହି ସମୟରେ ପ୍ରବଳ ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇଥିଲା। ଦଶାଏ ପନକା ଶୀଘ୍ର ଘରେ ପହଞ୍ଚିବା ପାଇଁ ଚାଲି ଯାଉଥିବା ବେଳେ ବୋରିଗାଁ ଗ୍ରାମ ନିକଟ ମୁଖ୍ୟରାସ୍ତାରେ ବୃଦ୍ଧା ଉପରେ ବଜ୍ରାଘାତ ହୋଇଥିଲା। ସେ ତଳେ ପଡ଼ି ଯାଇଥିଲେ। ରାସ୍ତାଉପରେ ମୁଁହ ମାଡ଼ି ପ୍ରାୟ ଦେଢ଼ ଘଣ୍ଟା ଧରି ଦଶାଏ ପନକା ପଡ଼ି ରହିଥିବା ବେଳେ ବୋରିଗାଁ ସରପଞ୍ଚ ଶୁକ୍ରୁ ଭତରା ମହିଳାଙ୍କୁ ଚିହ୍ନଟ କରିଥିଲେ। ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ମହିଳାଙ୍କ ମୃତ୍ୟୁ ନେଇ ପରିବାର ଲୋକେ ପୁଲିସ ନିକଟରେ ଏତଲା କରିଛନ୍ତି। ପୁଲିସ ମୃତଦେହ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲ ଜଣାପଡ଼ିଛି। ତେବେ ଏହି ଅସ୍ବାଭାବିକ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

Lightning | Woman

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe