ପୋଖରୀରୁ ମାଛ ଚୋରି ନେଇ ବଚସା: ଟାଙ୍ଗିଆ ଚୋଟରେ ଟଳିଲେ ମହିଳା

ଲକ୍ଷ୍ମୀ କଲାର ସମ୍ପଦ ନାମକ ଜଣେ ବ୍ୟକ୍ତିଙ୍କ ପୋଖରୀକୁ ଲିଜ ନେଇ ମାଛ ଚାଷ କରୁଥିଲେ। ତେବେ ସେହି ଗ୍ରାମର ଡମ୍ବରୁ ଦୁରୁଆ ନାମକ ବ୍ୟକ୍ତି ଗତକାଲି ମାଛ ଚୋରି କରି ନେଇ ଖାଇଗଲେ।

Murder in Malkangiri

Murder in Malkangiri Photograph: (sambad.in)

ମାଲକାନଗିରି: ମାଥିଲି ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରୁ ମାଛ ଚୋରି କରି ଖାଇଗଲା ଦୁର୍ବୃତ୍ତ। ଚୋରି ମାଛର ଟଙ୍କା ମାଗିବାରୁ ହତ୍ୟା। ଏଭଳି ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତ ସଦର ମହକୁମାରେ। 

ମହୁପଦର ଗ୍ରାମର ମହିଳା ଲକ୍ଷ୍ମୀ କଲାର ସମ୍ପଦ ନାମକ ଜଣେ ବ୍ୟକ୍ତିଙ୍କ ପୋଖରୀକୁ ଲିଜ ନେଇ ମାଛ ଚାଷ କରୁଥିଲେ। ତେବେ ସେହି ଗ୍ରାମର ଡମ୍ବରୁ ଦୁରୁଆ ନାମକ ବ୍ୟକ୍ତି ଗତକାଲି ମାଛ ଚୋରି କରି ନେଇ ଖାଇଗଲେ। ଏନେଇ ଲକ୍ଷ୍ମୀ ଜାଣିବା ପରେ ତାଂକୁ ଆଜି ସକାଳେ ଯାଇ ମାଛ କାହିଁକି ଚୋରି କଲ ବୋଲି ପଚାରିବା ସହ ତୁରନ୍ତ ଚୋରି କରିଥିବା ମାଛର ଟଂକା ପ୍ରଦାନ ନେଇ କହିଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିବା ସ୍ଥାନୀୟ ଲୋକେ କହନ୍ତି।

ପରେ ଲକ୍ଷ୍ମୀ ଘରକୁ ଯାଇ କାମ ସାରି ଲୁଗା ଶୁଖାଉଥିବା ବେଳେ ଡମ୍ବରୁ ଏକ ଟାଙ୍ଗିଆରେ ଲକ୍ଷ୍ମୀଙ୍କର ମୁଣ୍ଡକୁ ହାଣିଦେଇଥିଲା। ଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଲକ୍ଷ୍ମୀଙ୍କୁ ମାଥିଲି ମେଡିକାଲ ସ୍ଥାନାନ୍ତର କରିଥିଲେ ମଧ୍ୟ ରାସ୍ତାରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଯାଇଥିଲା। ମେଡିକାଲରେ ଆହତ ଲକ୍ଷ୍ମୀ ପହଞ୍ଚିବା ପରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।

ଲକ୍ଷ୍ମୀ ଘରକୁ ଯାଇ କାମ ସାରି ଲୁଗା ଶୁଖାଉଥିବା ବେଳେ ଡମ୍ବରୁ ଏକ ଟାଙ୍ଗିଆରେ ଲକ୍ଷ୍ମୀଙ୍କର ମୁଣ୍ଡକୁ ହାଣିଦେଇଥିଲା। ଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ମୃତ ଘୋଷଣା କରିଥିଲେ। 

ଏନେଇ ମାଥିଲି ପୁଲିସକୁ ସୂଚନା ଦେବା ପରେ ମାଥିଲି ପୁଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଡମ୍ବରୁକୁ ଗିରଫ କରିଥିଲେ। ଡାକ୍ତରଖାନାରୁ ପୁଲିସ ଲକ୍ଷ୍ମୀଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ କରାଇଥିଲେ। ଏନେଇ ମାଥିଲି ଆଇଆଇସି ଦେବଦତ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ ଅଭିଯୁକ୍ତକୁ ଅଟକ ରଖିବା ସହ ଟାଙ୍ଗିଆ ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଏହାର ତଦନ୍ତ କରାଯାଉଥିବା ଆଇଆଇସି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି।

Malkangiri | murder | Woman 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe