ସବୁ ଦିନ ପରି ଘର ଆଗରେ ବସିଥିଲେ ମହିଳା; ସୁନା ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ

Advertisment

ଲୁଟେରାମାନେ ଅଭିନୟ ଉପାୟରେ ଲୁଟ୍‌ କରି ଫେରାର ହେଉଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ପରିବର୍ତ୍ତେ, ଜନବସତିସ୍ଥଳରୁ ଲୁଟ୍‌ କରୁଛନ୍ତି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳା ନିଜ ଘର ସାମ୍ନାରେ ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ବସିଥିବା ‌ବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

ଲୁଟେରାମାନେ ଅଭିନୟ ଉପାୟରେ ଲୁଟ୍‌ କରି ଫେରାର ହେଉଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ପରିବର୍ତ୍ତେ, ଜନବସତିସ୍ଥଳରୁ ଲୁଟ୍‌ କରୁଛନ୍ତି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳା ନିଜ ଘର ସାମ୍ନାରେ ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ବସିଥିବା ‌ବେଳେ ଲୁଟ୍‌ର ଶିକାର ହୋଇଛନ୍ତି।

loot gold chain

courtesy: Hindustan Times

ରାଇରଙ୍ଗପୁର/ବାଦାମପାହାଡ଼: ଲୁଟ୍‌ର ଶୈଳୀ ବଦଳିଛି। ଲୁଟେରାମାନେ ଅଭିନୟ ଉପାୟରେ ଲୁଟ୍‌ କରି ଫେରାର ହେଉଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ପରିବର୍ତ୍ତେ, ଜନବସତିସ୍ଥଳରୁ ଲୁଟ୍‌ କରୁଛନ୍ତି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳା ନିଜ ଘର ସାମ୍ନାରେ ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ବସିଥିବା ‌ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରା ଜଣକ ହଠାତ ପହଞ୍ଚି ମହିଳାଙ୍କ ଗଳାରୁ ସୁନା ଚେନ୍‌ ଲୁଟି ଫେରାର ହୋଇଯାଇଛି। ଏନେଇ ମହିଳାଙ୍କ ପୁଅ ଥାନାରେ ଅଭିଯୋ କରିଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଜ୍ୟୋତ୍ସାରାଣୀ ଦାଶ। 
ଅଭିଯୋଗ ଅନୁଯାୟୀ ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବାଦାମପାହାଡ ଗ୍ରାମର ବିଜୟ କୁମାର ଦାଶଙ୍କ ମା’ ଜ୍ୟୋସ୍ନାରାଣୀ ନିଜ ବାସଭବନ ସାମ୍ମାରେ ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ନିଜ ଘର ସାମ୍ନାରେ ବସିଥିଲେ। ଆଜି ମଧ୍ୟ ସକାଳୁ ଏକାକୀ ବସିଥିବା ସମୟରେ ହଠାତ ଜଣେ ଦୁର୍ବୃତ୍ତ ଏକ ବାଇକ ଯୋଗେ କଳା ରଙ୍ଗର ହେଲମେଣ୍ଟ ଲଗାଇ ହଠାତ ଆସି ପଚାରିଲା ଏଘର କାହାର? ତା ପରେ ତାଙ୍କ ବେକରୁ ଏକ ସୁନା ଚେନ୍‌ ଲୁଟି ନେଇ ଚମ୍ପଟ ମାରିଥିଲା ଦୃର୍ବୃତ୍ତ। ଲୁଟ୍‌ କରାଯାଇଥିବା ଚେନ୍‌ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ। 
ଏନେଇ ବାଦାମପାହାଡ଼ ଥାନାରେ ବିଜୟ କୁମାର ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ କେସ ନଂ ୧୧୪/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ବାମନଘାଟି ଉପଖଣ୍ଡରୁ ପ୍ରତ୍ୟେକ ଦିନ ଚୋରି ଓ ଛିନତାଇ ହେଉଥିବାର ଅଭିଯୋଗ ହେଉଛି। ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଚୋରମାନେ ସକ୍ରିୟ ରହୁଛନ୍ତି। ସୁଯୋଗ ମିଳିଲେ ବଡ଼ଧରଣର ଚୋରି କରି ଫେରାର ହୋଇଯାଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe